
କୋଦଳା,୨୦-୦୬(ସୂର୍ଯ୍ୟ ନାରାୟଣ ବୁଡୁ): ବିଶୋଇ ସାହିରେ 11kv ବିଦ୍ୟୁତ ସଂସ୍ପର୍ଷ ରେ ଆସି ମ୍ରୂତ୍ଯୂ ବରଣ କରିଥିବା ଶ୍ରୀନିବାସ ପଣ୍ଡାଙ୍କ ଘରେ ପହଞ୍ଚି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଗତ 12ତାରିଖ ଶୁକ୍ରବାର କୋଦଳା ବିଶୋଇ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଥିଲା । ଛାତ ଉପର କୁ ବର୍ଷାପାଣି ନିସ୍କାଶିତ କରିବାକୁ ଯାଇ ଭାରି ବିଦ୍ୟୁତ ସଂସ୍ପର୍ଷ ରେ ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସ ପଣ୍ଡା ମ୍ରୂତ୍ଯୂ ବରଣ କରିଥିଲେ ।ଏଥିରେ ସ୍ଥାନୀୟ ବିଧାୟିକା ଗଭୀର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ସାହି ମଝିରୁ ବିଦ୍ୟୁତ ତାର ହଟାଇବା ପାଈଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ସରକାରଙ୍କ ନିୟମ ଅନୁଯାଇ ଉକ୍ତ ପରିବାର କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଶନିବାର ଅପରାହ୍ନ ରେ ଉକ୍ତ ପରିବାର ନିକଟ ରେ ପହଞ୍ଚି ପରିବାର ସହିତ ଆଲୋଚନା କରିଥିଲେ ଏବଂ ଏକ ବର୍ଷ ମଧ୍ୟ ରେ ଅନ୍ୟ ଏକ ଗରିବ ମାଁ କୁମାରୀ ସ୍ବାଇଁ ସେହି ବିଦ୍ୟୁତ ଆଘାତ ରେ 60ଭାଗ ପୋଡି ଆଜି ଶଯ୍ୟାଶାୟି ହୋଇଥିବା ଯାଣି ତାଙ୍କ ନିକଟ କୁ ଯାଇ ମଧ୍ୟ ସମବେଦନା ଜଣାଇଥିଲେ ।ବହୁ ସମୟ ରେ ଏମିତି ଦୁର୍ଘଟଣା ଘଟି ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଜାଉଛି ବୋଲି କହିବା ସହିତ ଉକ୍ତ ବିଦ୍ୟୁତ ତାର ହଟାଇବାକୁ ସାହିବାସିନ୍ଦା ବିଧାୟିକା ଙ୍କୁ ଅନୁରୋଧ କରିବା ପରେ ସେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ , ବିଧାୟିକାଙ୍କୁ ବିଭାଗୀୟ ଅଧିକାରୀଙ୍କ ଆଶ୍ବାସନା ପରେ ସାତ ଦିନ ମଧ୍ୟରେ ଉକ୍ତ ଅଞ୍ଚଳ ରୁ 11kv ବିଦ୍ୟୁତ ତାର ହଟାଯିବ ବୋଲି ସାହିବାସିନ୍ଦା ଙ୍କୁ କହିଥିଲେ ।ସେହିପରି ଶକ୍ତିନଗର, ମାଳିତୋଟା ସାହି , ଲୂହାଶଖଂ ରୁ ମଧ୍ୟ 11kv ଲାଇନ ହଟାଇବାକୁ ବିଦ୍ୟୁତ ବିଭାଗ କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

















