Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଡ୍ରାଇଭରଙ୍କୁ ଅଟକାଇବାରୁ ଖପ୍ପା ହେଲେ ଉପଜିଲ୍ଲାପାଳ

ଡ୍ରାଇଭରଙ୍କୁ ଅଟକାଇବାରୁ ଖପ୍ପା ହେଲେ ଉପଜିଲ୍ଲାପାଳ

281
IC: clipper28
ADVERTISEMENT

ବ୍ରହ୍ମପୁର, ୨୦-୦୬(ବିଶ୍ୱରଞ୍ଜନ): କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଜିଲାରେ ଲାକଡାଉନ କଟକଣାକୁ କଠୋର କରିଛନ୍ତି ଗଞାମ ଜିଲ୍ଲାପାଳ। ଜିଲାରେ ଗାଡି ମଟର ଚଳାଚଳ ମନା ହୋଇଛି। ଗତକାଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଡ୍ରାଇଭର ନିୟମ ଉଲଂଘନ କରିବାରୁ ପୁଲିସ କମାପଲି ଛକରେ ଅଟକାଇବାରୁ ଖପା ହୋଇଛନ୍ତି ଉପଜିଲ୍ଲାପାଳ। ଗତକାଲି ରାତି ୯ଟାରେ କମାପଲି ଛକରେ କର୍ଫ୍ୟୁ ନିୟମ ଭାଙ୍ଗି ବୁଲୁଥିବା ଲୋକଙ୍କୁ ପୁଲିସ ଅଟକାଇ ତାଗିଦ କରିବା ସହ ଜରିମାନା ଆଦାୟ କରୁଥିଲେ। ବିଏନପୁର ଆଇଆଇସି ସାରଦା ଦାଶ ସେଠାରେ ଉପସ୍ଥିତ ଥିଲେ । ସେତେବେଳେ ଉପଜିଲ୍ଲାପାଳଙ୍କ ଡ୍ରାଇଭର ଆସିଥିଲେ । ପୁଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା। ଡ୍ରାଇଭର ପୁଲିସ ଉପରେ ରାଗି ଉପଜିଲ୍ଲାପାଳଙ୍କୁ ଫୋନ କରିଥିଲେ। ଉପଜିଲାପାଳ ରାତିରେ ସଂଗେ ସଂଗେ ସେଠାରେ ପହଁଚିଯାଇଥିଲେ। ଆଇଆଇସିଙ୍କ ଉପରେ ରାଗ ତମ ତମ ହୋଇ ଚ୍ୟାଲେଞ୍ଜ କରିବା ସହ ରେଭେଞ୍ଜ ନେଉଛ କି ବୋଲି କହିଥିଲେ। ରାସ୍ତା ମଝିରେ ଉପଜିଲ୍ଲାପାଳଙ୍କୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଘଟଣା ଏତିକିରେ ସାରିନଥିଲା, ଉପଜିଲାପାଳ ତାଙ୍କ ଡ୍ରାଇଭର ପାଇଁ ଡିୟୁଟିରେ ଥିବା ଜଣେ ପୁଲିସ ସହ ଯୁକ୍ତି କରିଥିଲେ। ଏହି ଘଟଣା ସାଧାରଣ ଲୋକ ମଧ୍ୟ ଦେଖୁଥିଲେ। ତେବେ ଉପଜିଲାପାଳ ପହଁଚିବା ପୁର୍ବରୁ ପୁଲିସ ତାଙ୍କ ଡ୍ରାଇଭରଙ୍କୁ ଛାଡ଼ିଦେଇଥିଲା। ଡ୍ରାଇଭର ଜଣକ ନିୟମ ଉଲଂଘନ କରିଛନ୍ତି ଜଣାପଡିବା ପରେ ଉପଜିଲାପାଳ ସେଠାରୁ ଚାଲିଯାଇଥିଲେ। ପରେ ଡ୍ରାଇଭରକୁ ନେଇ ଦୁଇଜଣ ମାଜିଷ୍ଟ୍ରେଟ କମାପଲି ଛକକୁ ଆସିଥିଲେ। ଫାଇନ ରଖିବାକୁ ପୁଲିସକୁ ବାଧ୍ୟ କରିଥିଲେ। ପୁଲିସ ଡ୍ରାଇଭରଙ୍କ ଫାଇନ ମାଜିଷ୍ଟ୍ରେଟ କାଟିପରିବେ ବୋଲି କହିଥିଲେ। ଏସବୁ ଘଟଣା ବି ସାଧାରଣ ଲୋକ ଦେଖୁଥିଲେ। ଜନତା ଆଇନ ଉଲଙ୍ଘନ କରି ଗାଡି କୋର୍ଟ ରାସ୍ତରେ ପାର୍କିଂ କରିବାରୁ ବ୍ରହ୍ମପୁର ତହସିଲଦାର ଗାଡିର ଆଇନା ଭାଙ୍ଗିଦେଇଥିଲେ। ଏହି ଘଟଣାରେ ଆଜିପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ଜଣେ ଡ୍ରାଇଭର ଆଇନ ଭାଙ୍ଗିବା ପରେ ତାଙ୍କ ପାଇଁ ଉପଜିଲାପାଳ ସହ ଦୁଇଜଣ ମାଜିଷ୍ଟ୍ରେଟ ପୁଲିସ ସହ ଯୁକ୍ତି କରିବା ଏବେ ବ୍ରହ୍ମପୁରରେ ବେଶ ଚର୍ଚ୍ଚିତ। ଏହି ଘଟଣାର ପ୍ରତିବାଦ କରି ଉପଜିଲାପାଳ ଓ ତହସିଲ ଅଫିସରେ ମାଜିଷ୍ଟ୍ରେଟ କଲମ ଛାଡ଼ ଆନ୍ଦୋଳନ କରିଥିବା ସୂଚନା । ପୂର୍ବରୁ ସବୁ ସଂକଟରେ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଜନତାଙ୍କ ନିକଟରେ ପହଁଚୁଥିଲେ। କିନ୍ତୁ କରୋନା ସମୟରେ ପ୍ରଶାସନିକ ଅଧିକାରୀଙ୍କ କେତେକ କାର୍ଯ୍ୟ ସେମାନଙ୍କ ଦୁର୍ବଳତାକୁ ପଦାରେ ପକାଇଦେଇଛି। ଜିଲ୍ଲାପାଳ ଏଥିପ୍ରତି ଦ୍ରୁଷ୍ଟି ନଦେଲେ ଆଗାମୀ ଦିନରେ ପ୍ରସାଶନ ଜନତାଙ୍କ ରୋଷର ଶିକାର ହେବ।

Advertisement