Friday, September 18, 2026
ADVERTISEMENT
Home ଆଞ୍ଚଳିକ ଯୁବତୀ ଙ୍କ ଆତ୍ମହତ୍ୟା

ଯୁବତୀ ଙ୍କ ଆତ୍ମହତ୍ୟା

382
ADVERTISEMENT


କୁକୁଡାଖଣ୍ଡି,୨୦-୦୬(ଇ.ରଞ୍ଜନ): କୁକୁଡାଖଣ୍ଡି ମୁକ୍ତେଶ୍ବର ନଗର ଠାରେ ପାରିବାରିକ କଳହରୁ ଜଣେ ବିବାହିତା ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ଖାରିଆଗୁଡାର ଅଭିମନ୍ୟୁ ମହାରଣାଙ୍କ ପୁଅ ଆଲୋକ ମହାରଣା ନନ୍ଦରାଜପୁର ଗ୍ରାମର କେ.ସୋନାଲି ରେଡ୍ଡୀ (୧୯)ଙ୍କୁ ପ୍ରେମ ବିବାହ କରି ନେଇ ଆସି କୁକୁଡାଖଣ୍ଡି ମୁକ୍ତେଶ୍ବର ନଗର ଠାରେ ଭଡାରେ ରହିଥିଲେ। ଗତକିଛି ଦିନ ହେଲା ଉଭୟ ଙ୍କ ମଧ୍ୟରେ ମନମାଳିନ ରହିଥିଲା। ସୋନାଲି ଶୁକ୍ରବାର ରାତ୍ର ଶାଢୀ ଲଗାଇ ଘର ଭିତରେ ହିଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ସଦରଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡଡାକ୍ତରଖାନା ପଠାଇଛି ଏବଂ ସ୍ବାମୀ କୁ ପଚାରାଉଚୁରା କରାଯାଉଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

Advertisement