Friday, September 18, 2026
ADVERTISEMENT
Home କନ୍ଧମାଳ ଅସ୍ଥାୟୀ କୋଭିଡ୧୯ ଚିକିତ୍ସା କେନ୍ଦ୍ରରେ ଜଣେ ଯୁବକଙ୍କ ଆତ୍ମହତ୍ୟା

ଅସ୍ଥାୟୀ କୋଭିଡ୧୯ ଚିକିତ୍ସା କେନ୍ଦ୍ରରେ ଜଣେ ଯୁବକଙ୍କ ଆତ୍ମହତ୍ୟା

799
ADVERTISEMENT


ବାଲିଗୁଡା, ୨୦-୦୬(ସୁରେଶ କୁମାର ପଣ୍ଡା ): କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ବଡ଼ଗାଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ସକାଳୁ ଏକ ଯୁବକ ଆତ୍ମହତ୍ୟା କରିଛି ଯୁବକଙ୍କ ଘର ତୁମୁଡ଼ିବନ୍ଧ ବ୍ଲକ ବୁଦୁଲି ପଦର ଗ୍ରାମର ବୋଲି ଜଣାପଡ଼ିଛି | ଯୁବକ ଜଣକ ୫ ଦିନ ହେଲା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଥିଲେ ଏହା ପୂର୍ବରୁ ସେ କୁର୍ତ୍ତମଗଡ଼ ସଙ୍ଘରୋଧ ଗୃହରେ ଥିଲେ ସନ୍ଦେହ ହେତୁ ଯୁବକଙ୍କୁ ବଡ଼ଗାଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଥିଲା ଏକ ଚାଦରକୁ କାଟି ବେକରେ ବାନ୍ଧି ହୋଇଥିବା ମୃତ୍ୟୁ କରିଥିଲେ | କୋଭିଡ ୧୯କୁ ଆଖି ଆଗରେ ରଖି ଅସ୍ଥାୟୀ କେନ୍ଦ୍ରରେ ଶବ ବ୍ୟବେଛଦ କରାଯିବା ସହ ଘର ଲୋକଙ୍କୁ ଡାକି ଶବକୁ ଦିଆଯିବା ପରେ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ସାନିଟାଇଜେର କରାଯାଇଥିଲା ଯୁବକ ଜଣକ ମୃତ୍ୟୁ ପୂର୍ବରୁ ଇଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି ତେଣୁ ଆତ୍ମହତ୍ୟା କରିଛି ବୋଲି ଏକ କାଗଜରେ ଲେଖି ଥିବା କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ |

Advertisement