ବିଜେପି ବା ଶିବସେନାରେ ସାମିଲ ହୋଇପାରନ୍ତି ଉର୍ମିଳା ମାତୋଣ୍ଡକର ;

212
ADVERTISEMENT

ନୂଆଦିଲ୍ଲୀ,୧୦/୭ (ଡି.ଏଚ.ବି): ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିଜର ପରାଜୟ ପାଇଁ କଂଗ୍ରେସ କର୍ମୀଙ୍କ ଉପରେ ଦୋଷ ଠେଲିଛନ୍ତି । ଏଥିପାଇଁ ଉର୍ମିଳା କଂଗ୍ରେସ ଛାଡିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି । ମିଳିଥିବା ଖବର ଅନୁସାରେ ଉର୍ମିଳା ବିଜେପି ବା ଶିବସେନାରେ ଯୋଗ ଦେଇପାରନ୍ତି । ସେହିପରି ରାଜ ଥାକରେଙ୍କ ପାର୍ଟି ମଧ୍ୟ ଉର୍ମିଲାଙ୍କୁ ଅଫର ଦେଇଥିବାର ଶୁଣିବାକୁ ମିଳୁଛି । ତେବେ ଜଣେ କଂଗ୍ରେସ ନେତା କହିଛନ୍ତି ଯେ ଉର୍ମିଳା ଏବେ କଂଗ୍ରେସ ନେତାମାନଙ୍କ ଫୋନ କଲ ଉଠାଉନାହାଁନ୍ତି । ଏଠାରେ ସୂଚନା ଥାଉ କି ଉର୍ମିଳା ନିଜର ଏକ ଚିଠିକୁ ନେଇ ଖପ୍ପା ଅଛନ୍ତି । ନିଜର ପରାଜୟ ପାଇଁ ସେ ଏକ ଗୋପନ ଚିଠି ଲେଖିଥିଲେ । ଯାହାକି ଲିକ ହୋଇଯାଇଥିଲା । ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷଙ୍କୁ ତାଙ୍କର ପରାଜୟର କାରଣ ବାବଦରେ ସେ ଚିଠିରେ ଲେଖିଥିଲେ । ଯାହାକି ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଘୁରିବୁଲିଥିଲା । ଏହି ଚିଠି କିଭଳି କଂଗ୍ରେସ କର୍ମୀମାନଙ୍କ ପାଖରେ ପହଁଚିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ।

Advertisement