Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାପାଳଙ୍କ ବିଭିନ୍ନ ବ୍ଲକ ଗସ୍ତ

ଗଞ୍ଜାମ ଜିଲ୍ଲାପାଳଙ୍କ ବିଭିନ୍ନ ବ୍ଲକ ଗସ୍ତ

315
ADVERTISEMENT


ବ୍ରହ୍ମପୁର, ୨୦। ୬(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି। ପୁରୁଷୋତ୍ତମପୁର ଓ ଚିକିଟି ରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲି ଦେଖିଥିବା ବେଳେ ପାଟପୁର ଏବଂ ଦିଗପହଣ୍ଡି ରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ । ପୁରୁଷୋତ୍ତମପୁର ରେ ପହଞ୍ଚି ଏନ୍ଏଏସି ସ୍ଥିତ ଚାଲିଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ କାର୍ଯ୍ୟରେ ତୃଟି ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଏହା ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଙ୍କୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କାରଣଦର୍ଶାଅ ନୋଟିସ ଜାରି କରିଥିଲେ। ଆଜି ଜିଲ୍ଲାପାଳ ପୁଣି ଏନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ନିର୍ମାଣ ଶୈଳୀ ରେ ପରିବର୍ତ୍ତନ ଆଣି ନିର୍ଦ୍ଦାରିତ ସମୟରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ କୁ ଯାଇ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ର ସ୍ଥିତି ଉପରେ ସମୀକ୍ଷା କରିଥିଲେ। ବିଡ଼ିଓ ସିମାଞ୍ଚଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ, ଏନ୍ଏଏସି ନିର୍ବାହୀ ଅଧିକାରୀ ଏ ନାଗେଶ୍ବର ରାଓ ସମେତ ସମସ୍ତ ପଦ ଅଧିକାରୀ ଉପସ୍ଥିତ ଥିଲେ । ୩୦ତାରିଖ ଯାଏଁ ଲକଡାଉନ ନିୟମକୁ କଡାକଡି ପାଳନ କରିବା କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ପଞ୍ଚାୟତ ଓ ଏନ୍ଏଏସି ରେ ୧୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସୋମବାର ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement