କନ୍ଧମାଳ, ୨୦। ୬(ସୁରେଶ କୁମାର ପଣ୍ଡା ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ ସଂକଳ୍ପ ପକ୍ଷରୁ ସହିଦ ଚନ୍ଦ୍ର କାନ୍ତ ପ୍ରଧାନ ଓ ସହିଦ୍ ନନ୍ଦ ରାମ ସୋରେନ ଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ମହମବତୀ ଯାତ୍ରା କରି ସହିଦ ଆତ୍ମା ଅମର ରହେ ବୋଲି ଶ୍ଳୋଗାନ ଦେବା ସହ ଚାଇନା ଜିନିଷ ବର୍ଜନ କରିବାପାଇଁ ସର୍ବସାଧାରଣରେ ଙ୍କୁ ପ୍ରରଣା ଦେଇଥିଲେ। ସମାଜସେବି ସୁଭାଶିଷ, ଅନନ୍ତ, ଅମନ, ଦୀପକ, ସାଗର, ସମୀର , ଶିବ, ସନ୍ତୋଷ, ଟିମର ସଦସ୍ୟ ଉପସ୍ଥିତ ଥିଲେ । ଆଦି ବହୁ ଗଣମାନ୍ୟ ବ୍ୟକ୍ତି ଦେଶର ସ୍ବଦେଶୀ ଜିନିଷ ବ୍ୟବହାର କରିବା ଓ ସମସ୍ତ ସହିଦ ମାନଙ୍କ ଅମର ଆତ୍ମାର ସଦଗତି ସହ ଚୀନ କୁ ଉଚିତ ଜବାବ ଦେବା ଦରକାର ବୋଲି ମତବ୍ୟକ୍ତ ଦେଇ ଚାଇନାର ପତାକାକୁ ପୋଡ଼ିଥିଲେ।














