ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀ ମୃତ ;

257
ADVERTISEMENT

ନୀଳଗିରି,୧୦/୭ (ଡି.ଏଚ.ବି): ବୁଧବାର ଦିନ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତ କଏଦୀ ହେଲେ ନୀଳଗିରି ଥାନା ଅଧୀନ ସଜନାଗଡ଼ ନିକଟସ୍ଥ ନୂଆସାହି ଗାଁର ହାଡ଼ିବନ୍ଧୁ ଖଣ୍ଡେଇଙ୍କ ପୁଅ ୨୫ ବର୍ଷିୟ ପାଗୁଲୁ । ଚୋରା ମଦ କାରବାର ଅଭିଯୋଗରେ ଗତ ୮ ତାରିଖ ଦିନ ଅବାକାରୀ ବିଭାଗ ଦ୍ୱାରା ସେ ଗିରଫ ହୋଇଥିଲେ । ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ନୀଳଗିରି ଜେଲ୍‌କୁ ପଠାଇ ଦିଆଯାଇଥିଲା । ବୁଧବାର ସକାଳେ ପାଗୁଲୁଙ୍କର ବାତ ରୋଗ ବାହାରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ଡାକ୍ତରମାନେ ସେଠାରେ ଘୋଷଣା କରିଥିଲେ । ଚିକିତ୍ସା ଅବହେଳାରୁ ଜେଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୁଲିସ କହିଛି ।କଏଦୀ ମୃତ୍ୟୁ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।



Advertisement