କନ୍ଧମାଳ, ୨୦। ୬(ସୁରେଶ କୁମାର ପଣ୍ଡା ): କନ୍ଧମାଳ ବିଜେପି ପରିବାର ବାଲିଗୁଡ଼ା ପକ୍ଷରୁ ସହିଦ ଚନ୍ଦ୍ର କାନ୍ତ ପ୍ରଧାନ ଓ ସହିଦ୍ ନନ୍ଦ ରାମ ସୋରେନ ଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ କେଣ୍ଡେଲ ଯାତ୍ରା କରି ସହିଦ ଆତ୍ମା ଅମର ରହେ ବୋଲି ଶ୍ଳୋଗାନ ଦେବା ସହ ଚାଇନା ଜିନିଷ ବର୍ଜନ କରିବାପାଇଁ ସର୍ବସାଧାରଣରେ ଙ୍କୁ ପ୍ରରଣା ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ,ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଞ୍ଜିତ ସାହୁ , ସୁଭାଶିଷ, ଆଦିକନ୍ଦ, ନଗର ସଭାପତି ଦିବାକର ସାହୁ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ବହୁ ବୁଦ୍ଧିଜୀବୀ କହିଥିଲେ ସ୍ବଦେଶୀ ଜିନିଷ ବ୍ୟବହାର କରିବା ଓ ସମସ୍ତ ସହିଦମାନଙ୍କ ଅମର ଆତ୍ମାର ସଦଗତି ସହ ଚୀନକୁ ଉଚିତ ଜବାବ ଦେବା ଦରକାର ବୋଲି ମତବ୍ୟକ୍ତ ଦେଇ ଚାଇନାର ପତାକାକୁ ପୋଡ଼ିଥିଲେ। ସାମାଜିକ ଦୂରତା, ମାକ୍ସ ପିନ୍ଧି ଓ ଶାନ୍ତି ଶୃଙ୍ଖଳାର ଉପରେ ଗୁରୁତ୍ୱ ଦେଇଥିଲେ।















