Saturday, September 26, 2026
ADVERTISEMENT
Home ଆଞ୍ଚଳିକ ବିନା ସୂଚନା ଫଳକରେ ଭୂତକୋଠା ନିର୍ମାଣ

ବିନା ସୂଚନା ଫଳକରେ ଭୂତକୋଠା ନିର୍ମାଣ

484
ADVERTISEMENT


ଖଜୁରୀ ପଡା, ୧୯ ।୬(ଅନନ୍ତ କୁମାର ଦିଗାଲ ): ଖଜୁରୀ ପଡା ପଂଚାୟତ ସମିତି କାର୍ଯ୍ୟାଳୟ ସରକାରୀ କର୍ମଚାରୀ ବାସଭବନ ନିକଟରେ ରହିଛି ଏକ ଭୂତକୋଠା ଘର। ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଡିଓ ଶ୍ରୀ ରବିନାରାୟଣ ଜେଠୀ ସହକାରୀ ଯନ୍ତ୍ରୀ ଶ୍ରୀ ସିଦ୍ଧାର୍ଥ ଶେଖର ଏବଂ ତତ୍କାଳୀନ ଯନ୍ତ୍ରୀ ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା ଙ୍କ କାର୍ଯ୍ୟାଳୟ ସମୟରେ ପଂଚାୟତ ସମିତି କାର୍ଯ୍ୟାଳୟ ପଛପଟେ ଏକ ଅର୍ଦ୍ଧ ନିର୍ମିତ ଭୂତକୋଠା ଘର ପରିତ୍ୟକ୍ତ ଅବସ୍ଥା ରେ ରହିଥିବା ବେଳେ ତାହା କୌଣସି ବେଆଇନ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। ବିଶ୍ୱସ୍ଥ ସୁତ୍ର ରୁ ଜଣାପଡ଼ିଛି ଯେ ଏଠାରେ ରାଜ୍ୟ ଚତୁର୍ଦ୍ଦଶ ଅର୍ଥ କମିସନ ୨୦୧୫ -୧୬ ରେ ସହକାରୀ ଯନ୍ତ୍ରୀ ଙ୍କ କ୍ୱାର୍ଟର ନଂ ୩ ର ମରାମତି ପାଇଁ ୪ଲକ୍ଷ ୯୯ ହଜାର ଟଙ୍କା ରହିଥିବା ବେଳେ ବାସ୍ତବରେ କିନ୍ତୁ ସହକାରୀ ଯନ୍ତ୍ରୀ ଙ୍କ କ୍ୱାର୍ଟର ମରାମତି ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କା ବିଲ୍ ହୋଇଥିବା ମଧ୍ୟ ଜଣାପଡ଼ିଛି। ପ୍ରଶ୍ନ ଉଠିବା ସ୍ୱାଭାବିକ । ଯେ ଯଦି କୌଣସି ଛୋଟମୋଟ ଠିକାଦାର ଟିଏ ସରକାରୀ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ତାହେଲେ ପ୍ରକଳ୍ପ ର ସୂଚନା ଫଳକ ବାଧ୍ୟତାମୂଳକ ଏବଂ ବିନା ସୂଚନା ଫଳକରେ କୌଣସି ବିଲ୍ ପ୍ରଦାନ କରାଯାଉନଥିବା ବେଳେ ଖୋଦ୍ ପଂଚାୟତ ସମିତି କାର୍ଯ୍ୟାଳୟ ପଛପଟେ ନିର୍ମାଣ ହୋଇଥିବା ପ୍ରକଳ୍ପ ଅର୍ଧ ନିର୍ମିତ ହୋଇଥିଲେ ମଧ୍ୟ କାହା ସ୍ୱାର୍ଥ ରେ ଏବଂ କିଭଳି ଲକ୍ଷାଧିକ ଟଙ୍କା ବିଲ୍ ପ୍ରଦାନ କରାଯାଇଛି । ତାହାହିଁ ସନ୍ଦେହ ସୃଷ୍ଟି କରୁଛି। ଯଦି ଏହାର ଏକ ଭିଜିଲାନ୍ସ ତଦନ୍ତ କରାଯାଆନ୍ତା ତାହେଲେ ଏହି ପରିତ୍ୟକ୍ତ ଭୂତକୋଠା ଘର ର ସତ୍ୟତା ପଦାକୁ ଆସି ପାରନ୍ତା ବୋଲି ସାଧାରଣ ରେ ଆଲୋଚନା ଚାଲିଛି।

Advertisement