Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ମାତିଛନ୍ତି ସାଇବର ଅପରାଧୀ ମହିଳା ଙ୍କ ଏକାଉଣ୍ଟ ରୁ ଲକ୍ଷେ ଟଙ୍କା ଗାଏବ

ମାତିଛନ୍ତି ସାଇବର ଅପରାଧୀ ମହିଳା ଙ୍କ ଏକାଉଣ୍ଟ ରୁ ଲକ୍ଷେ ଟଙ୍କା ଗାଏବ

337
ADVERTISEMENT


ବଲାଙ୍ଗୀର, ୧୯ ।୬(ଦେବବ୍ରତ ଗୁରୁ): ସୋନପୁର ଜିଲ୍ଲା ସୋନପୁର ସହରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ ଖାତା ଖୋଲିଥିବା ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ । ବୌଦ୍ଧ ଜିଲ୍ଲା ନୁର୍ପା ଗାଁର ସଂଯୁକ୍ତା ପଟ୍ଟନାଏକ ତାଙ୍କ ଖାତାରୁ ବିଭିନ୍ନ ପର୍ଯ୍ୟ।ୟରେ ୧ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ । ଏ ନେଇ ମହିଳା ସୋନପୁର ଥାନା ଏବଂ ଭାରତୀୟ ଟେଷ୍ଟ ବ୍ୟାଙ୍କ ସୋନପୁର ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୧୬ ତାରିଖ ଦିନ ସଂଯୁକ୍ତା ଏଟିଏମରୁ ୩ ହଜାର ଟଙ୍କା
ଉଠାଇଥିଲେ । ଏହାପରେ ମିନି ଷ୍ଟେଟ ମେଣ୍ଟ କାଢିଲାବେଳକୁ ତାଙ୍କ ଏକାଉଣ୍ଟରୁ ଲକ୍ଷେ ଟଙ୍କା ଉଠାଇ ନେଇଥିବା ଜାଣିପାରିଥିଲେ । ଠକ ଜଣଙ୍କ ଦଶ ଥର ୧୦ ହଜାର ଟଙ୍କା ଲେଖାଏଁ ଏକାଉଣ୍ଟରୁ ନେଇଯାଇଥିବା ଜଣାପଡିଛି । ସୋନପୁର ପୋଲିସ ଏକ ସାଇବର ଠକେଇ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ଏପଟେ ଷ୍ଟେଟ ବ୍ୟାଙ୍କ ମଧ୍ୟ ତାର ତଦନ୍ତ ଆରମ୍ଭ କରିଛି ।

Advertisement