କନ୍ଧମାଳ, ୧୯ ।୬(ସୁରେଶ କୁମାର ପଣ୍ଡା): ଚାଇନା ଭାରତ ସୀମା ଲଦାଖର ଗୁଲୱାମା ଭାରତୀୟ ଯବାନଙ୍କ ମଧ୍ୟରୁ କନ୍ଧମାଳର ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ଆଜି ନିଜ ଜନ୍ମମାଟି ବିଅରପଙ୍ଗାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଆଜି ସକାଳୁ ସହିଦଙ୍କ ପାର୍ଥବ ଶରୀର ରାଇକିଆରେ ପହଂଚିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମାଳାଞ୍ଚଳ ଛାତ୍ରାବାସ ନିକଟ ପଡିଆରେ ଭବ୍ୟ ସମ୍ମାନ ଦିଆଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କୁ ତୋପ ସଲାମୀ ଦିଆଯାଇଥିଲା । ସହିଦଙ୍କ ଶେଷ ଦର୍ଶନ ଓ ସମ୍ମାନ ଜଣାଇବାକୁ କୃଷିମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳ ସାଂସଦ ଡ଼ଃ ଅଚୁ ତ ସାମନ୍ତ, ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରଧର କହଁର, ଜ଼ିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ଏସ ପି ପ୍ରତୀକ ସିଂ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତରହି ସହିଦଙ୍କୁ ସମ୍ମାନ ଜଣାଇ ଥିଲେ । ଗତ ସୋମବାର ରାତିରେ ଚାଇନା – ଭାରତ ସୀମା ଲଦାକରେ ହୋଇଥିବା ସଂଘର୍ଷ ରେ କୋଡିଏ ଭାରତୀୟ ସହିଦଙ୍କ ମଧ୍ୟରୁ ଜଣେ ସହିଦକନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପଙ୍ଗା ଗାଁର ଚନ୍ଦ୍ରକାନ୍ତ ସହିଦ ହୋଇଥିଲେ । ବତିଶ ବର୍ଷୀୟା ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଗତ ୬ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇ ଷୋହଳ ବିହାର ରେଜିମେଣ୍ଟରେ ସୈନିକ ଭାବେ କାମକରୁ ଥିଲେ । ସହିଦଙ୍କ ପାର୍ଥବ ଶରୀର ନିଜ ଜନ୍ମମାଟି ବିଅରପଙ୍ଗାରେ ପହଂଚିବା ପରେ ସହିଦ ଚନ୍ଦ୍ରକାନ୍ତ ଅମର ରହେ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା । ଶୋକାକୁଳ ପରିବେଶରେ ସହିଦଙ୍କୁ ବିଦାୟ ଦେଇଥିଲେ ଗ୍ରାମବାସୀ । ଘରର ଏକ ମାତ୍ର ରୋଜଗାରିଆ ଥିଲେ ଓ ସେ ଅବିବାହିତ ଥିଲେ । ବାପା କରୁଣାକର ପ୍ରଧାନ ମାଆ ବିଳାସିନୀ ପ୍ରଧାନ ସାନ ଭାଇ ନବ କିଶୋର ସମେତ ଅବିବାହିତ ଭଉଣୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ଵୀର ସହିଦ ଯବାନ ଦେଶ ମାତୃକା ପାଇଁ କାମ କରି ସହିଦ ହୋଇ ନିଜ ଜୀବନ କୁ ଉତ୍ସଗ ଗାଁ ଜ଼ିଲ୍ଲା ତଥା ଓଡିଶା କାହିଁକି ଭାରତ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ବୋଲି କହନ୍ତି । ପରିବାର ଲୋକେ ସହିଦ ଯବାନଙ୍କ ପାର୍ଥଵ ଶରୀର ଦେଖିବାକୁ ଅନାଇ ବସିଥିଲେ । ପାର୍ଥବ ଶରୀର ସହିଦଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବାକୁ ଆତ୍ମୀୟ ସ୍ଵଜନଙ୍କ ଠାରୁ ଆରମ୍ଭକରି ବିଭିନ୍ନ ରାଜନୀତି ଦଳର ବ୍ୟକ୍ତି ବିଶେଷଙ୍କ ସୁଅ ଛୁଟିଥିଲା । ଖ୍ରୀଷ୍ଟିୟ ଧର୍ମର ରୀତିନୀତି ଅନୁସାରେ ଶେଷକୃତ୍ୟ ପାଇଁ ଗାଁ ମଶାଣିରେ ପ୍ରାଥନା ସଭାପରେ ପୁନଃ ପ୍ରତିରକ୍ଷା ବାହିନୀଙ୍କ ନିୟମ ଅନୁସାରେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବା ପରେ କବର ଦିଆଯାଇଥିଲା ।















