Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଯାଞ୍ଚ ସହ ଜୋରିମାନା ଆଦାୟ କରୁଛି ପୁଲିସ

ଯାଞ୍ଚ ସହ ଜୋରିମାନା ଆଦାୟ କରୁଛି ପୁଲିସ

240
ADVERTISEMENT


ହିଞ୍ଜିଳିକାଟୁ, ୧୮ା୬ (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ପ୍ରତ୍ୟେହ ସକାଳ ୭ଟା ଠାରୁ ମଧ୍ୟାନ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବା ଏବଂ ଜରୁରୀ ପରିସ୍ଥିତିରେ ଗାଡ଼ି ମୋଟର ବ୍ୟବହାର କରିବା ସକାଶେ ପରାମର୍ଶ ଦିଆଯାଇଛି । ହେଲେ ପ୍ରଶାସନର କଟକଣାକୁ ଖାତିର ନକରି ସ୍ଥାନୀୟ ଅଂଚଳର କିଛି ଅମାନିଆ ବିନା କାରଣରେ ବାଇକରେ ସହରସାରା ଚକ୍କର କାଟୁଥିବାର ନଜିର ରହିଛି । ଏହାକୁ ନଜରରେ ରଖି ପୁଲିସ ଓ ରାଜସ୍ୱ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ଯାଂଚ କରି ବିନା କାରଣରେ ବାଇକରେ ବୁଲୁଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଛି ।

Advertisement