Friday, November 6, 2026
ADVERTISEMENT
Home ଆଞ୍ଚଳିକ ଆସିଡିଏସର କରୋନା ସଚେତନତା ରାଲି

ଆସିଡିଏସର କରୋନା ସଚେତନତା ରାଲି

304
ADVERTISEMENT

କୋଦଳା , ୧୮।୬(ସୂର୍ଯ୍ୟନାରାୟଣ ବୁଡ଼ୁ ): ମହାମାରୀ କରୋନାର ଭୟାବହତା କୁ ଆଖି ଆଗରେ ରଖି ବେଗୁନିଆପଡ଼ା ଶିଶୁ ବିକାଶ ପ୍ରକଳ୍ପ ତରଫ ରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନେତ୍ରୁତ୍ଵ ରେ ସମସ୍ତ ସୁପର ଭାଇଜର , ଏସହେଚଜି ମାଁ , ଅଙ୍ଗନବାଡି କର୍ମୀ , ସହାୟିକା ମିଳିତ ଭାବେ ବେଗୁନିଆପଡା ନଗର ପରିକ୍ରମା କରି ମହାମାରୀ କରୋନା ମହାମାରୀ ଦାଉ ରୁ ନିଜକୁ , ନିଜ ପରିବାର ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିବା କୁ ନେଇ ଏକ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଏକ ଶହ ରୁ ଊର୍ଦ୍ଧ୍ବ ମହିଳା ବ୍ଲକ ସମ୍ମୁଖ ରୁ ବାହାରି ବେଗୁନିଆପଡା ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟକ ସାହି ପରିକ୍ରମା କରି ମାସ୍କ ପିନ୍ଧନ୍ତୁ, ବାହାରେ ଛେପ ପକାନ୍ତୁ ନାହିଁ ,ବାରମ୍ବାର ସାବୁନ ରେ ହାତ ଧୁଅନ୍ତୁ, ଆବଶ୍ୟକ ନ ଥିଲେ ଘରୁ ବାହରନ୍ତୁ ନାହିଁ , ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ,”କରୋନା ହାରିବ, ଆମେ ଜିତିବା”ଏମିତି ବିଭି୍ନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ଫ୍ଲାକାର୍ଡ ଦେଖାଇ ସଚେତନ କରିଥିଲେ । ସିଡିପିଓ ଙ୍କ ଏହି ଜନହିତକର କାର୍ଯ୍ୟକୁ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ ।

Advertisement