କନ୍ଧମାଳ, ୧୮।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ କରୋନା ମହାମାରୀକୁ ମୁକାବିଲା ପାଇଁ ସବୁଆଡ଼େ ଚିନ୍ତା ବଢା଼ଉ ଥିବା ବେଳେ ଏପଟେ ମହାମାରୀର ଫାଇଦା ନେବା ପାଇଁ ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ପାଦୁର୍ଭାବ । ପୁଣି ଏକ ସୁରାକ ଫିରିଙ୍ଗିଆ ଥାନା ଖବର ପାଇବା ପରେ ପେଟ୍ରୋଲିଙ୍ଗ ସମୟରେ ଏକ ମାକ୍ସ ପିକଅପ ଭ୍ୟାନ ଓଡି ୧୨ ବି 0୯୯୬ ଗାଡ଼ିକୁ ତଦନ୍ତ କରିଥିଲେ । ଗାଡ଼ିରେ ଗଞ୍ଜେଇ ଥିବାର ଦେଖି ନୂଆଗାଁ ପୋଲିସ ୨ ଜଣକୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଥିଲେ । ଏହି ୨ ଜଣ ବାଦଲ ନାୟକ ବୟସ ୩0, ଗ୍ରାମ ଜୁଗାପଦର ଥାନା କ ନୂଆଗାଁ, ଚେତନ ନାୟକ ୩୫ ଗ୍ରାମ ଯୁଗାପଦର ଥାନା କ ନୂଆଗାଁ ଜିଲ୍ଲା କନ୍ଧମାଳ ବୋଲି ଜଣାପଡ଼ିଛି । ଏମାନଙ୍କ ନାମରେ ଏକ ମାମଲା ରୁଜୁ କରି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟମସୁନ୍ଦର ରାଓ କୋର୍ଟ ଚାଲାଣ କରିଛନ୍ତି ।














