କନ୍ଧମାଳ, ୧୮।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ ଭାରତ ଓ ଚାଇନା ସୀମାନ୍ତରେ ହୋଇଥିବା ମୁହାଁମୁହିଁ ଲଢ଼େଇରେ ଓଡ଼ିଶାର କନ୍ଧମାଳ ମାଟିର ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଛନ୍ତି । ବୀର ଯବାନଙ୍କ ମର ଶରୀରକୁ କେତେବେଳେ ପହଞ୍ଚିବ ଗ୍ରାମବାସୀ ଚାହିଁ ବସିଛନ୍ତି । ଏହାସହ ଚନ୍ଦ୍ରକାନ୍ତଙ୍କ ସହିଦ ହେବାଶୁଣୀ ରାଇକିଆ ବ୍ଲକରେ ଆଜି ବଣିକ ସଙ୍ଘ ପକ୍ଷରୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।














