ବଲାଙ୍ଗୀର, ୧୮।୬(ବିଶିକେଶନ ବେହେରା): ମାହେଶ୍ୱରୀ ତାର ସମାଜିକ ଦାୟିତ୍ୱ କୁ ପ୍ରତିପାଦନ କରିବାକୁ ଯାଇ ନିଜକୁ ଆହୁରି ପ୍ରାସାରିତ କରି, ମହିଳାଙ୍କ ସହଭାଗୀତା କୁ ସେବା କାର୍ଯ୍ୟରେ ଯୋଡି ଆଜି କୁଡାସିଂହା ଗ୍ରାମରେ ମାହେଶ୍ୱରୀ ର ମହିଳା ଶାଖା ଆରମ୍ଭ କରିଛନ୍ତି। ଏହି ଶାଖା ର ସଂଯୋଜିକା ଭାବେ ଇନ୍ଦିରା ପ୍ରିୟଦର୍ଶିନୀ ନାଥଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଥମ ଦିନ ରେ ୨୦ ଜଣ ମହିଳା ସଦସ୍ୟତା ଗ୍ରହଣ କରିଛନ୍ତି । ନିଜର ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ବୃକ୍ଷ ରୋପଣ କରି ଆଗକୁ ମଧ୍ୟ ବିଭିନ୍ନ ସେବା କାର୍ଯ୍ୟ ଜାରି ରହିବ।



















