Tuesday, September 29, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ଗ୍ରସ୍ତରେ ବ୍ରହ୍ମପୁର ସାଂସଦ

ଗଜପତି ଜିଲ୍ଲା ଗ୍ରସ୍ତରେ ବ୍ରହ୍ମପୁର ସାଂସଦ

252
ADVERTISEMENT

ଗଜପତି/ ପାରଳାଖେମୁଣ୍ଡି, ୧୮।୬(ପ୍ରଭାତ କୁମାର ପାତ୍ର ): ସମଗ୍ର ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏନେଇ ସମସ୍ତେ ଚିନ୍ତିତ । ତେଣୁ ସ୍ଥିତିର ସମୀକ୍ଷା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ସାଙ୍ଗରେ ଆଣିଥିବା ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ଫେସ୍ ମାସ୍କକୁ ବିଭିନ୍ନ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ।ଗଜପତି ଜିଲ୍ଲା ଗସ୍ତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ପ୍ରଶାସନ ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛି ତାହାକୁ ନେଇ ସେ ସନ୍ତୋଷ ପ୍ରକାଶ କରିବା ସହ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଥିବା କହିଛନ୍ତି । ଏ ଅବସରରେ ତିତିଲି ବାତ୍ୟା ସମୟରେ ହୋଇଥିବା କ୍ଷୟକ୍ଷତି ଏବଂ ଏହି ଦୁଇ ବର୍ଷ ମଧ୍ୟରେ ହୋଇଥିବା ପୁନଃଉଦ୍ଧାର କାମର ମଧ୍ୟ ତଦାରଖ କରିଥିଲେ । ଆସନ୍ତା ୨୬ ତାରିଖ ଦିନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଥିବାବେଳେ ସାଂସଦ ଏହାର ଜଣେ ସଦସ୍ୟ ରହିଛନ୍ତି । ତେଣୁ ସେ ସେହି ବୈଠକରେ ଉପସ୍ଥିତ ରହିବେ ଏବଂ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ସହ ଅନ୍ୟ କାମକୁ କିଭଳି ଅତିଶୀଘ୍ର ସାରିବା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଏହାସହ ଆଗାମୀ ଦିନରେ ଗଜପତି ଜିଲ୍ଲାର ଉନ୍ନତି ହେବା ସହ ପ୍ରାକୃତିକ ବିପର୍ୟ୍ୟୟ ବେଳେ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ, ସେ ନେଇ ମଧ୍ୟ ଆଲୋଚନା କରିଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଂସଦ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଅନୁପମ ଶାହା, ଏସପି ସାରା ଶର୍ମା, ସିଡ଼ିଏମଓ ଡ.ଗୁନୁରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦଙ୍କ ଗସ୍ତ ବେଳେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ମହିଳା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜ, ପାରଳା ମହାଦେଇ କଲ୍ୟାଣୀ ଗଜପତି, ନଗର ବିଜେଡ଼ି ସଭାପତି ସୂର୍ୟ୍ୟନାରାୟଣ ରାଜଗୁରୁ, ବିଜେଡି ନେତା ରାମନାଥ ମିଶ୍ର, ସୁଜିତ ଦାଶ, ସୁରେଶ ମାଝା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement