Saturday, August 8, 2026
ADVERTISEMENT
Home ମୁଖ୍ୟ ଖବର ବାଚସ୍ପତି ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରିବାରୁ ସୁପ୍ରିମ୍‌ କୋର୍ଟକୁ ଗଲେ ବିଦ୍ରୋହୀ ବିଧାୟକ ;

ବାଚସ୍ପତି ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରିବାରୁ ସୁପ୍ରିମ୍‌ କୋର୍ଟକୁ ଗଲେ ବିଦ୍ରୋହୀ ବିଧାୟକ ;

867
ADVERTISEMENT

ନୂଆଦିଲ୍ଲୀ,୧୦/୭ (ଡି.ଏଚ.ବି): କର୍ଣ୍ଣାଟକ ବାଚସ୍ପତି କେ ଆର୍‌ ରମେଶ କୁମାର ସାମ୍ବିଧାନିକ ନିର୍ଦେଶାବଳୀ ପ୍ରତି ଅବହେଳା କରି ସେମାନଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବା , ଅଭିଯୋଗ କରି ବୁଧବାର ଦିନ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୧୦ ଜଣ କଂଗ୍ରେସ-ଜନତା ଦଳ ସିକ୍ୟୁଲାର୍‌ ବିଧାୟକ । ସେମାନେ ଗତ ସପ୍ତାହରେ ଇସ୍ତଫା ଦେଇଥିଲେ । ବରିଷ୍ଠ ଓକିଲ ମୁକୁଳ ରୋହତଗୀ ପ୍ରଧାନ ବିଚାରପତିଙ୍କ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ପିଟିସନ୍‌ ଦାଏର କରି ମାମଲାର ଶୀଘ୍ର ଶୁଣାଣି ପାଇଁ ଦାବି କରିଛନ୍ତି। ଆସନ୍ତାକାଲି ପିଟିସନ୍‌ ବିଷୟରେ ରାୟ ଦିଆଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରାଜି ହୋଇଛନ୍ତି । ବାଚସ୍ପତି କେ ଆର୍‌ କୁମାରସ୍ୱାମୀ ଆଠ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବାକୁ ମନା କରିଦେବା ପରେ ପିଟିସନ୍‌ ଦାଏର କରାଯାଇଛି । ସେ ଦର୍ଶାଇଥିଲେ ଯେ ଇସ୍ତଫା ପତ୍ର ଦେଇଥିବା ଆଠ ଜଣ ବିଧାୟକ ଆଇନତଃ ମେଳ ଖାଉ ନାହିଁ । ଇସ୍ତଫା ସ୍ୱେଚ୍ଛାକୃତ ଏବଂ ସତ୍ୟ- ଇସ୍ତଫା ପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ ସମସ୍ତ ବିଧାୟକଙ୍କୁ ଭେଟି ତାହା ବୁଝିବେ ।

Advertisement