Friday, September 18, 2026
ADVERTISEMENT
Home କନ୍ଧମାଳ କରୋନା ମହାମାରୀକୁ ଫାଇଦା ନେବାରେ ଉସ୍ତାଦ ଗଞ୍ଜେଇ ମାଫିଆ

କରୋନା ମହାମାରୀକୁ ଫାଇଦା ନେବାରେ ଉସ୍ତାଦ ଗଞ୍ଜେଇ ମାଫିଆ

834
ADVERTISEMENT

ଫିରିଙ୍ଗିଆ,୧୭-୦୬(ପ୍ରଶାନ୍ତ ପାତ୍ର): କନ୍ଧମାଳ କରୋନା ମହାମାରୀକୁ ମୁକାବିଲା ପାଇଁ ସବୁଆଡ଼େ ଚିନ୍ତା ବଢା଼ଉ ଥିବା ବେଳେ ଏପଟେ ମହାମାରୀର ଫାଇଦା ନେବା ପାଇଁ ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ପାଦୁର୍ଭାବ ପୁଣି ଏକ ସୁରାକ ଫିରିଙ୍ଗିଆ ଥାନା ଖବର ପାଇବା ପରେ ପେଟ୍ରୋଲିଙ୍ଗ ସମୟରେ ଏକ ମାକ୍ସ ପିକ ଅପ ଭ୍ୟାନ ଓଡି ୧୨ ବି 0୯୯୬ ଗାଡ଼ିକୁ ତଦନ୍ତ କରିଥିଲେ ଗାଡ଼ିରେ ଗଞ୍ଜେଇ ଥିବାର ଦେଖି ନୂଆଗାଁ ପୋଲିସ ୨ ଜଣକୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଥିଲେ ଏହି ୨ ଜଣ ବାଦଲ ନାୟକ ବୟସ ୩0, ଗ୍ରାମ ଜୁଗାପଦର ଥାନା କ ନୂଆଗାଁ, ଚେତନ ନାୟକ ୩୫ ଗ୍ରାମ ଯୁଗାପଦର ଥାନା କ ନୂଆଗାଁ ଜିଲ୍ଲା କନ୍ଧମାଳ ବୋଲି ଜଣାପଡ଼ିଛି ଏମାନଙ୍କ ନାମରେ ଏକ ମାମଲା ନମ୍ବର ରୁଜୁ କରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟମସୁନ୍ଦର ରାଓ କୋର୍ଟ ଚାଲାଣ କରିଛନ୍ତି |

Advertisement