Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଗଜପତିରେ ଗୋଟିଏ ଦିନରେ ୫୭ ନୁଆ କୋରନା ସଂକ୍ରମଣ ଚିହ୍ନଟ

ଗଜପତିରେ ଗୋଟିଏ ଦିନରେ ୫୭ ନୁଆ କୋରନା ସଂକ୍ରମଣ ଚିହ୍ନଟ

465
ADVERTISEMENT

ଗଜପତି (୧୭/୬,ପ୍ରଭାତ କୁମାର ପାତ୍ର ): ଚିନ୍ତା ବଢ଼ାଉଛି ସଂକ୍ରମଣ ସଂଖ୍ୟା। ଗୋଟିଏ ଦିନରେ ୫୭ ଚିହ୍ନଟ, ସମସ୍ତଙ୍କୁ ଚକିତ କରିଛି। କରୋନା ପ୍ରକୋପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଂକା ଭୟଭୀତ କରିଛି। ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟରୁ ଫେରିଥିବା ବେଳେ କ୍ବାରଣ୍ଟାଇନ ଅବଧି ମଧ୍ୟରେ ସଙ୍ଗରୋଧ ଭାବେ ରହିଥିବା କୁହାଯାଇଛି। ଅପରପକ୍ଷରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଏବଂ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ କୋଭିଡ ଯୋଦ୍ଧା ମଧ୍ୟ ଆକ୍ରାନ୍ତର ଶିକାର ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୭ ଜଣ ମଧ୍ୟରୁ ୫୨ ଜଣ କ୍ବାରଣ୍ଟାଇନ କେନ୍ଦ୍ରରୁ ହୋଇଥିବା ବେଳେ ଗାଁ ଗାଁ ବୁଲି ସର୍ଭେ କରୁଥିବା ସମୟରେ ୨ଜଣ ଏବଂ ୩ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ସଂକ୍ରମିତ ହୋଇଛି। ଏମାନଙ୍କ ମଧ୍ୟରୁ ୪୭ ଜଣ ଗୋଷାଣୀ ବ୍ଲକର ବିଭିନ୍ନ କ୍ବାରଣ୍ଟାଇନ କେନ୍ଦ୍ରରେ ରହିଛନ୍ତି, ଏବଂ ୭ ଜଣ ନୁଆଗଡ ବ୍ଲକର। ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ଶିଶୁଙ୍କ ସମେତ ୨୩ଜଣ ମହିଳା ଥିବା ସବୁଠୁ ଅଧିକ ଚିନ୍ତା ବଢ଼ାଇଛି। ତେବେ ବର୍ତ୍ତମାନ ଜିଲ୍ଲାରେ ମୋଟ ସଂକ୍ରମିତ ୧୬୩ ପହଞ୍ଚିଛି, ୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଵା ବେଳେ ୯୧ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆବଶ୍ୟକ ପ୍ରକାରେ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅନୁପମ ସାହା।

Advertisement