କୁକୁଡ଼ାଖଣ୍ଡି,୧୬/୬(ଇ.ରଞ୍ଜନ):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମପଞ୍ଚାୟତରେ ଗାଁ କଲ୍ୟାଣ ସମିତି ବିନା ସୂଚନା ନାମଫଳକ ରେ ଚାଲୁଛି ପଞ୍ଚାୟତର ରୁଦ୍ଧଦ୍ୱାର ବୈଠକ l ସରକାରୀ ଆସୁଥିବା କିଛି ଅନୁଦାନକୁ ଆତ୍ମସାତ କଲାପରି ସନ୍ଧେହ ସୃଷ୍ଟି ହେଉଛି l ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରି ଗାଁ ଲୋକଙ୍କୁ ସୂଚନା ଦେଇ ରୋଗ ଉପରେ ସଚେତନତା କରିବା ନିମନ୍ତେ ଗାଁ ରୋଗୀ କଲ୍ୟାଣ ଯୋଜନା କରି ବୈଠକରେ ବିସ୍ତୃତ ଆଲୋଚନା କରିବା ଓ ସେମାନଙ୍କ ସୁରକ୍ଷା ଯୋଗାଇ ଦେବାନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରନ୍ତି କିନ୍ତୁ ଜଗଦଳପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରର କର୍ମଚାରି ମାନେ ବଡ଼ ଚତୁରତାର ସହ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗୃହ ଭିତରେ ନିରବତାର ସହ ମୀଟିଙ୍ଗ କରି ଚାଲିଯାଉଥିବା ଲୋକଙ୍କ ସନ୍ଦେହ ସୃଷ୍ଟିହେଉଛି ଲୋକଙ୍କୁ ଡେଣ୍ଡୁରା ନାହିଁ କି ନୋଟିସ ନାହିଁ କିନ୍ତୁ କାଗଜପତ୍ର ନାମକରଣ ରେ ଆତ୍ମସାତ ଆୟୋଜନ କରିବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି l କିନ୍ତୁ ବାସ୍ତବରେ ଗ୍ରାମର କଲ୍ୟାଣ ନିମନ୍ତେ ସମିତି ହେଉନାହିଁ ବୋଲି ଅଭିଯୋଗ ହେଉଛି l ବର୍ତମାନ ସମୟରେ ରାଜ୍ୟରେ କରୋନା ଆକ୍ରମଣ କରିଥିବା ବେଳେ ଆକ୍ରାନ୍ତ ଓ ମୃତ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ କୌଣସି ସୂଚନା ନଦେଇ ନିରବରେ ଗାଁପଂଚାୟତରେ ଗାଁ କଲ୍ୟାଣ ସମିତି ଆୟୋଜନ କରିବା ନେଇ ସାଧାରଣ ଲୋକଙ୍କ ମନରେ ବଡ଼ଧରଣ ଘୋଟଲା ହେଉଥିବା ଯେତିକି ସନ୍ଦେହ ପ୍ରକୋଟ ହେଉଛି ତାହାଠାରୁ ଗାଁ କଲ୍ୟାଣ ସମିତି ସଭାପତି ନୀରବତାକୁ ନେଇ ସେତିକି ସନ୍ଦେହ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଲୋକ ସନ୍ଦେହକୁ ତଦନ୍ତ କରିବା ନେଇ ସାଧାରଣ ରେ ଦାବିହୋଇଛି l


















