କନ୍ଧମାଳ୧୬।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିଚାଲଛି । ଏନେଇ ସରକାର ଘୋଷଣା କରିଛନ୍ତି ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପର ମା ମାନଙ୍କୁ ଘରକୁ ଘର ପହଞ୍ଚି କଡ଼ା ନଜର ରଖିବା ସହ କିଏ ବାହାରୁ ଆସୁଛନ୍ତି, ସଚେତନ ପାଇଁ କଣ କରିବାକୁ ହେବ ସେ ନେଇ ବୁଝେଇବା ସହ ଯୋ ଲୋକ ବାହାର ରାଜ୍ୟରୁ ଆସୁଛନ୍ତି ସଂଘ ରୋଧ ଗୃହକୁ ନେଇ ପହଞ୍ଚାଇବା ଯଦି କାହାକୁ ଜ୍ୱର, ଥଣ୍ଡା କାଶ ହେଉଥିବ ତାହାର ପରୀକ୍ଷା କରିବା ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକକୁ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବରଙ୍କ ଅଧକ୍ଷତା ହୋଇଥିଲା ଏବଂ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ଉପସଭାପତି ଉପସ୍ଥିତ ଥିଲେ ।















