କନ୍ଧମାଳ୧୬।୬(ସୁରେଶ କୁମାର ପଣ୍ଡା): ୟୁଥ ଅଫ ଚେଞ୍ଜ କନ୍ଧମାଳ ସୁକାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିର ଫୁଲବାଣୀ ସଦର ମହକୁମା ସାଲୁଙ୍କି ସାହିର କପିଳେଶ୍ଵର ଯୁବକ ସଂଘର ସଭାପତିଙ୍କ ସହିତ ପରାମର୍ଶ କରି ଏକ ସ୍ଵେଚ୍ଛ।କୃତ ରକ୍ତଦାନ ଶିବିର ହୋଇଥିଲା । ଏହି ଶିବିରକୁ ବିଡ଼ିଓ ସୁବ୍ରତ କୁମାର ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଯୋଗଦେଇ ଉଦଘାଟନ କରିଥିଲେ । ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା














