Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଚିଟିସାପ କାମୁଡ଼ାରେ ଭାଇଭଉଣୀ ଗୁରୁତର ଅସୁସ୍ଥ;

ଚିଟିସାପ କାମୁଡ଼ାରେ ଭାଇଭଉଣୀ ଗୁରୁତର ଅସୁସ୍ଥ;

293
ADVERTISEMENT


ବାଲେଶ୍ୱର, ୧୦/୭ (ଡି.ଏଚ.ବି) : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଧିନସ୍ଥ ବାଲିମ ପଞ୍ଚାୟତର ଆମିଧାନ ଗଡ଼ିଆ ଗ୍ରାମରେ ମଙ୍ଗଳବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ ଚିଟିସାପ କାମୁଡ଼ି ଦେବାରୁ ଭାଇଭଉଣୀ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି।ଚିଟି ଦଂଶନର ଶିକାର ହୋଇଥିବା ପିଲା ଦୁହେଁ ହେଲେ ବଂଶୀଧର ପ୍ରାମାଣିକଙ୍କ ୧୨ ବର୍ଷିୟ ପୁଅ ସତ୍ୟବ୍ରତ ଏବଂ ୧୦ ବର୍ଷୀୟ ପୁଷ୍ପଲତା । ରାତି ପ୍ରାୟ ୧୧ଟା ସମୟରେ ସେମାନେ ମଶାରି ଟାଣି ଖଟ ଉପରେ ଶୋଇଥିବା ଅବସ୍ଥାରେ ଗୋଟାଏ କାଳଚିଟି ଦଂଶନ କରିବାରୁ ସେମାନେ ଚିତ୍କାର କରିଥିଲେ।

Advertisement