Friday, September 18, 2026
ADVERTISEMENT
Home ଆଞ୍ଚଳିକ ପ୍ରତିବର୍ଷର ଜଗଦଳପୁର ରଜ ସଂକ୍ରାନ୍ତି ଜାନିଯାତ୍ରା କୁ ଚଳିତ ବର୍ଷ କରୋନାର ରୋକ

ପ୍ରତିବର୍ଷର ଜଗଦଳପୁର ରଜ ସଂକ୍ରାନ୍ତି ଜାନିଯାତ୍ରା କୁ ଚଳିତ ବର୍ଷ କରୋନାର ରୋକ

505
ADVERTISEMENT

ଜଗଦଳପୁର,୧୫-୦୫(ଇ.ରଞ୍ଜନ): ବ୍ରହ୍ମପୁର ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମରେ ବର୍ଷକ ର ଉତ୍ସାହର ପର୍ବ ରଜ ଆଜିର ଏହି ଦିନ ର ପର୍ବରେ କୃଷକ ମାନଙ୍କ କ୍ଷେତଜମି କୁ ବର୍ଷାର ପ୍ରକୃତିକ ଜଳ ନିମନ୍ତେ ମାଁ ଠାକୁରାଣୀ ଙ୍କ ଠାରେ ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ସକାଳୁ ସକାଳୁ ମହିଳାଙ୍କ ଠାରୁ ଛୋଟ ପିଲାମାନେ ଯେତିକି ପରିମାଣରେ ଖୁସିର ଆନନ୍ଦ ଉପଭୋଗ କରିଥାନ୍ତି ତାହାଠୁ ଗ୍ରାମର କୃଷକ ମାନେ ବର୍ଷା ପାଇଁ ଚାହିଁ ବସିଥାନ୍ତି କେତେବେଳେ ବର୍ଷାହେଲେ ବର୍ଷକ ମୁଠେ ଦାନା ପାଇଁ କ୍ଷେତଜମିର ଧାନ ଚାଷ କରି ଧାନଉତ୍ପାଦନ କରିବାସେମାନଙ୍କର ମୂଳ ସ୍ବପ୍ନ ହୋଇଥାଏ l
ଏହି ଦିନର ପ୍ରଥମ ବର୍ଷାକୁ ଚାଇଁରହିଥାନ୍ତି ବର୍ଷାହେଲେ ଜମି କୁ ଚାଷ କରିବା ପାଇଁ ମନରେ ଆନନ୍ଦର ଉତ୍ତଫୁଲିତ ଥାଏ ବୋଲି ଚାଷୀମାନଙ୍କ କଥକଥନ ରୁ ପ୍ରକାଶ ପାଇଛି l ଏହି ଦିନରେ ମନ୍ଦିରରେ ହୂମଯଜ୍ଞ କରିବା ସହ ରାତ୍ର ସମୟରେ ବିରାଟ ପଟୁଆର ରେ ମାଁ ଠାକୁରାଣୀଙ୍କୁ ଗ୍ରାମପରିକ୍ରମା କରିବା ସହ ବିଭିନ୍ନ ସାହି ମାନଙ୍କ ରେ ବିଭିନ୍ନ କଳାନୁର୍ତ୍ୟ ପରିବେଷଣ ଅନୁଷ୍ଠିତ ହୋଇ ତାପର ଦିନ ଗ୍ରାମର ସାହିମାନଙ୍କ ରେ ପ୍ରାୟ ୫ ଟି ରାମାୟଣ ନୁର୍ତ୍ୟ ପରିବେଷଣ କରାଯାଉଥିଲା |
ସମସ୍ତଙ୍କ ଘରେ ପିଠା ପଣା କରି ଅତିଥି ଙ୍କ ସହ ମଉଜମସ୍ତି କରୁଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଚଳିତ ବର୍ଷ ଚୀନର ମାରାତ୍ମକ କରୋନା ଜୀବାଣୁ ସାରା ବିଶ୍ୱକୁ ଜୀବନ ନେବା ସହ ଅସ୍ତବ୍ୟସ୍ତ କରିଥିବା ବେଳେ ଖୁସିର ପବିତ୍ର ଦିନକୁ ଅପବିତ୍ର କରି ଜୀବିକା କୁ ବନ୍ଦକରି ମାନ୍ଦାଅବସ୍ଥା ସୃଷ୍ଟି କରିଛି ଦିନକୁ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ସହ ଦେଶକୁ ମୁର୍ତ୍ୟୁମୁଖ ପକାଇ ବା ରୁ ସରକାର ଓ ପ୍ରଶାସନ ସର୍ବ ସାଧାରଣଙ୍କ ସୁରକ୍ଷା ଦିଗକୁ ନେଇ ବାଧ୍ୟତା ମୂଳକ ଭାବେ ଲକଡାଉନ ସର୍ଟ ଡାଉନ କରିଥିବା ଯୋଗୁଁ ବର୍ଷକ ଯାତ୍ରା ସ୍ଥଗିତ ରହିଲା l ପ୍ରଶାସନ ର ନିର୍ଦେଶ ସ୍ୱତେ ବି ବର୍ଷା ନିମନ୍ତେ କୃଷକଙ୍କ ଜୀବିକାକୁ ଦୃଷ୍ଟିକୁ ନେଇ ଠାକୁରାଣୀ ମନ୍ଦିରରେ ଗ୍ରାମର ବୃଦ୍ଧିଯିବି ଙ୍କ ଜରିଆରେ ସାମାଜିକ ଦୂରତା କୁ ପାଳନ କରି ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣରେ ହୂମ ଯଜ୍ଞ ପାଳନ କରାଯାଇଥିଲା l

Advertisement