Friday, November 6, 2026
ADVERTISEMENT
Home ଆଞ୍ଚଳିକ ମହିଳାଙ୍କ ବେକରୁ ସୁନା ଚେନ ଲୁଟ

ମହିଳାଙ୍କ ବେକରୁ ସୁନା ଚେନ ଲୁଟ

888
ADVERTISEMENT

ବ୍ରହ୍ମପୁର,୧୫।୬(ବିଶ୍ୱରଞ୍ଜନ): ମହିଳାଙ୍କ ବେକରୁ ୩୦ ଗ୍ରାମ ଓଜନର ସୁନା ଚେନ ଲୁଟ କଲେ କଳା ପଲସର ଧରି ଲୁଟେରା । ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ପ୍ରେମନଗର ହରୀକୃଷ୍ନ ନଗର ପ୍ରଥମ ଗଲିର କେ ସାବିତ୍ରୀ ନାମକ ୭୧ ବର୍ଷୀୟା ମହିଳାଙ୍କ ଠାରୁ ଏହି ଚେନ ଲୁଟ ହୋଇଛି । ମହିଳା ଜଣକ ଆଜି ସକାଳ ୭ ଟା ବେଳେ ଘର ନିକଟରୁ ଗଛରୁ ଫୁଲ ତୋଳୁଥିବା ବେଳେ ଲୁଟେରା ମାନେ ଏହି କାଣ୍ଡ କରିଛନ୍ତି । ମହିଳାଙ୍କ ସୁନା ଚେନ ଲୁଟ କରିବା ବେଳେ ମହିଳା ଜଣକ ତଳେ ପଡି ଯାଇଥିଲେ । ତାଙ୍କର ଆଣ୍ଠୁ ଏବଂ ବେକରେ ଆଘାତ ଲାଗିଛି । ଏହାର ଖବର ପାଇ ପୋଲିସ ପହଞ୍ଚି ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଚଳେଇଛି ।

Advertisement