ରକ୍ତଦାନ ଶିବିରରେ ପ୍ରମୁଖ ଭୂମିକା ଗ୍ରହଣ କଲା ଆମ ବିଗହୁମେନ ଫାଉଣ୍ଡେସନ

291
ADVERTISEMENT


ବଲାଙ୍ଗୀର,୧୫।୬(ଦେବବ୍ରତ ଗୁରୁ): ବଲାଙ୍ଗୀର ପୋଲିସ ତରଫରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ପ୍ରମୁଖ ଭୂମିକା ଗ୍ରହଣ କଲା ଆମ ବିଗହୁମେନ ଫାଉଣ୍ଡେସନ ଲକ ଡାଉନ ସମୟରେ ଅନୁଷ୍ଠାନ ତରଫରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଜାନ ଯୋଗେ ୨୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବଲାଙ୍ଗୀର ଟାଉନ ଥାନା ରେ ଅନୁଷ୍ଠିତ ଶିବିର ରେ ୮୭ ଜଣ ରକ୍ତ ଦାତା ରକ୍ତଦାନ କରିଛନ୍ତି । ଏହି ଅନୁଷ୍ଠାନ ବିଭିନ୍ନ ଶାଖା ଯଥା ପୁଇଁତଳା ବ୍ଲକ, ଆଗଲପୁର ବ୍ଲକ, ଲୋଇସିଂହା ବ୍ଲକ, ସଦର ବ୍ଲକ, ବେଲପଡା ବ୍ଲକ, ମୁରୀବାହଲ ବ୍ଲକ ତଥା ବଲାଙ୍ଗୀର ସହର ର ବହୁ ସଦସ୍ୟ ସଦସ୍ୟା ଆସି ରକ୍ତ ଦାନ କରିଥିବାରୁ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ସମସ୍ତଙ୍କ ସହଯୋଗ ରେ ୨୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Advertisement