ଖଜୁରୀପଡ଼ା,୧୫।୬(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ଗ୍ରାମପଞ୍ଚାୟତ ଶିବମନ୍ଦିର ସାହିରେ ସର୍ବସାଧାରଣ ଙ୍କ ସରକାରୀ ନଳକୂପ କୁ ସାହିର ଜଣେ ଶିକ୍ଷକ ସୁଧିର ପ୍ରଧାନ ନିଜ ପଟ୍ଟା ଜମିରେ ରହିଥିବା ଅଧିକାର ରେ ନଳକୂପ ରେ ଚେନ୍ ମାଧ୍ୟମରେ ତାଲା ପକାଇ ଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା।କୌଣସି ଏକ ବିବାଦ କାରଣ ରୁ ସେ ନଳକୂପ କୁ ତାଲା ପକାଇ ପ୍ରତିବାଦ କରିଥିବା ବେଳେ ସର୍ବସାଧାରଣ ସରକାରୀ ନଳକୂପ କୁ ଜଣେ ଶିକ୍ଷକ ହୋଇ ଏଭଳି କାର୍ଯ୍ୟ କୁ ସାହି ବାସିନ୍ଦା ନାପସନ୍ଦ କରିଥିବା ବେଳେ ଆସନ୍ତାକାଲି ଏନେଇ ଆଇନର ଆଶ୍ରୟ ନେବେ ବୋଲି ଗ୍ରାମବାସୀଙ୍କ ସୁତ୍ର ରୁ ଜଣାପଡ଼ିଛି।















