ପୁରୀରେ ଚାଞ୍ଚଲ୍ୟ, ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ;

205
ADVERTISEMENT

ପୁରୀ, ୯/୭(ଡି.ଏଚ.ବି) : ଶରଧାବାଲିରେ ପାପ । କେନ୍ଦୁଝରରୁ ଆସିଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ଘଟଣାରେ ପୁଲିସ ଜଣେ ବସ୍ ହେଲପରକୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ପୁରୀ ମାଳତୀପାଟପୁରରେ ଏହି ପୀଡିତା(୧୫ ବର୍ଷ) ଜଣକ କାମ କରୁଥିଲେ । ତେବେ ନିଜ ଘର କେନ୍ଦୁଝରରୁ ପୁରୀକୁ ଫେରୁଥିଲେ । କଟକରୁ ପୁରୀ ଏକ ଏସି ବସରେ ଆସି ଗୁଣ୍ଡିଚା ମନ୍ଦିର ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ତେବେ ବିଳମ୍ବିତ ରାତି ହୋଇଯାଇଥିବାରୁ ପୀଡିତା ଜଣକ ସେହି ବସରେ ଶୋଇପଡ଼ିଥିଲେ | ଏହି ସମୟରେ ବସର ହେଲପର ତାଙ୍କୁ ଦୁଷ୍କର୍ମ କରିଥିବାର କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ପୁଲିସ ଉକ୍ତ ହେଲ୍ପରକୁ ଗିରଫ କରିଥିବାବେଳେ ଘଟଣାର ତଦନ୍ତ କରୁଛି | ତେବେ ପୁରୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଥିବାବେଳେ ପୁରୀରେ ୧୦ ହଜାର ପୁଲିସ କର୍ମୀ ମୁତୟନ ଥିବାବେଳେ କିଭଳି ଏହି ସଙ୍ଗୀନ ଘଟଣା ଘଟିଲା । ତାହା ଏବେ ବଡ ପ୍ରଶ୍ନ ଉଠିଛି ।

Advertisement