Friday, September 18, 2026
ADVERTISEMENT
Home ଆଞ୍ଚଳିକ ଗୌଞ୍ଜୁ ସଂଗରୋଧ କେନ୍ଦ୍ର ରୁ ବାହାରିଲେ ୮୮ଜଣ ପ୍ରବାସୀ ଓଡ଼ିଆ

ଗୌଞ୍ଜୁ ସଂଗରୋଧ କେନ୍ଦ୍ର ରୁ ବାହାରିଲେ ୮୮ଜଣ ପ୍ରବାସୀ ଓଡ଼ିଆ

397
ADVERTISEMENT

ବ୍ରହ୍ମପୁର,୧୩/୦୬(ଗୁରୁ ପ୍ରସାଦ ପଟ୍ଟନାୟକ): ଗୌଞ୍ଜୁ ଗ୍ରାମରେ ଥିବା ଗାୟତ୍ରୀ କଲେଜର ସଙ୍ଗରୋଧ କେନ୍ଦ୍ରରୁ ୮୮ଜଣ ପ୍ରବାସୀ ଓଡ଼ିଆ ୧୪ ଦିନିଆ ସଙ୍ଗରୋଧ ସାରି ନିଜ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ମହିଳା ୧୬ଜଣ,ପୁରୁଷ୫୯ଜଣ ଓ୧୩ଜଣ ଶିଶୁ ଅଛନ୍ତି। କେନ୍ଦ୍ର ରୁସଙ୍ଗରୋଧ ସାରି ଫେରୁ ଥିବା ଅନ୍ତେବାସୀ ମାନେ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ଆଜି ଏମାନଙ୍କୁ ବିଦାୟ ଦେଲା ବେଳେ ସରପଞ୍ଚ ବାସନ୍ତୀ ମହାରଣା,ସେଣ୍ଟର ଇନଚାର୍ଜ ମିନତୀ ଦେବୀ,ଆର ଆଇ ପିଣ୍ଟୁ ଗୌଡ଼,ଏଜିପିଏନ ସନ୍ତୋଷ ବେହେରା,ସନ୍ଧ୍ୟାରାଣୀ ମହାପାତ୍ର,ପି ଇ ଓ ନିରଞ୍ଜନ ଖଡଙ୍ଗା,କବିରାଜ ଗୌଡ଼,ଏ ଏନ ଏମ ଶର୍ମିଳା ଦେବୀ,ସୁଚିତ୍ରା ଆଚାର୍ଯ୍ୟ, ଶର୍ମିଳା ବେହେରା, ଡାଲିମ୍ବ ମହାରଣା,ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ ମହାରଣା, ସ୍ୱେଚ୍ଛାସେବୀ ନିଗମ ଦାସ,ନାରାୟଣ ପାଢ଼ୀ, ବୁଲୁ ସେଠୀ,ନିରଞ୍ଜନ ବେହେରା, ନାରାୟଣ ପାଳ,ଅକ୍ଷୟ ଆଚାର୍ଯ୍ୟ, କାଳିଆ ରଣା,ଜଗା ରାଉତ, ଅରୁଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisement