ଦେବଗଡ଼, ୯/୭(ଡି.ଏଚ.ବି) : ଆଜି ସକାଳେ ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ହଦମୁଣ୍ଡା ଘାଟିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୨ ଜଣଙ୍କ ପ୍ରାଣହାନି ହୋଇଥିବାର ସୂଚନା ମିଳିଛି । ସୂଚନା ମୁତାବକ ଦେବଗଡ଼ରୁ ଅନୁଗୋଳକୁ ଯାଉଥିବା ଯାତ୍ରୀବାହୀ ଘରୋଇ ବସ୍ ‘ସରସ୍ୱତୀ’ (ଓ ଡି -୨୮-୮୧୧୮) ଏକ ବାଇକ୍ ଦେବଗଡ଼କୁ ଆସୁଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଦୁଇଜଣ ହେଲେ ରିଆମାଳା ଥାନା ଅନ୍ତର୍ଗତ ବାଘିଆ କନ୍ଧ ଗାଆଁର ଶଶିଭୂଷଣ ପ୍ରଧାନଙ୍କ ପୁଅ ଆରତ ପ୍ରଧାନ ଓ ତାଙ୍କ ସଂପର୍କୀୟ ଭଉଣୀ ସୀମାରେଖା ବୋଲି ଜଣାପଡ଼ିଛି । ସୀମାରେଖାଙ୍କୁ ଦେବଗଡ଼ କଲେଜକୁ ଆରତ ନେବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଆରତଙ୍କ ମୃତ୍ୟୁ ଘଟିଥିବା ବେଳେ ସୀମାରେଖା ଦେବଗଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁବରଣ କରିଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସହିତ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗାଡି ଚଳାଚଳ ପ୍ରକ୍ରିୟାକୁ ସ୍ବାଭାବିକ କରିଛନ୍ତି । ତେବେ ଦୁର୍ଘଟଣା ଘଟାଇବା ପରେ ବସ୍ ର ଡ୍ରାଇଭର୍ ଏବଂ ହେଲପର୍ ଫେରାର ହୋଇଯାଇଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।