ବ୍ରହ୍ମପୁର ୧୬/୦୬, (ଗୁରୁ ପ୍ରସାଦ ପଟ୍ଟନାୟକ): ଗଂଜାମ ଜିଲ୍ଲାସ୍ଥିତ ଛତ୍ରପୁରରେ ଜଣେ ଏସଡିପିଓ ଏବଂ ଆଇଆଇସି କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ଗଞ୍ଜାମ ଏସପି ଟ୍ୱିଟ କରି ଜଣାଇଛନ୍ତି | ଏହା ସହ ଦୁହିଁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | କରୋନା ବିରୁଦ୍ଧରେ ଦୁହିଁଙ୍କ ଲଢେଇ ଅନ୍ୟକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି | ରାଜ୍ୟରେ ଆଜି ଗୋଟିଏ ଦିନରେ ସମୁଦାୟ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି | ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ସଙ୍ଗରୋଧକେନ୍ଦ୍ର ଓ ଅନ୍ୟ ୨୯ଜଣ ସ୍ଥାନୀୟ ଅଂଚଳରୁ ବୋଲି ଜଣାପଡିଛି |


















