Thursday, September 24, 2026
ADVERTISEMENT
Home କନ୍ଧମାଳ ବର୍ଷେ ନପୁରୁଣୁ ଭାଙ୍ଗିଲାଣି ଚାନ୍ଦିନୀ, ବିଭାଗୀୟ ଯନ୍ତୀଙ୍କ ଭୂମିକାରେ ପ୍ରଶ୍ନବାଚୀ

ବର୍ଷେ ନପୁରୁଣୁ ଭାଙ୍ଗିଲାଣି ଚାନ୍ଦିନୀ, ବିଭାଗୀୟ ଯନ୍ତୀଙ୍କ ଭୂମିକାରେ ପ୍ରଶ୍ନବାଚୀ

625
ADVERTISEMENT

ଖଜୁରୀପଡା,୧୩-୦୬(ଅନନ୍ତ କୁମାର ଦିଗାଲ): କନ୍ଧମାଳ ଜିଲ୍ଲା ଖଜୁରୀ ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ନିର୍ମାଣ ହୋଇଥିବା ଚାନ୍ଦିନୀ ବର୍ଷେ ନପୁରୁଣୁ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଲକ୍ଷାଧିକ ଟଙ୍କାରେ ହୋଇଥିବା କାମକୁ ନେଇ ସଂଦେହ କରୁଥିବା ସୁଚନା ମିଳିଛି।

ସୁଚନା ପ୍ରକାରେ ଗତ ଅକ୍ଟୋବର ୨୦୧୯ ରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସିଆରଏମ୍ ଟିମ୍ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନେକ ଗୋଷ୍ଠୀ ଏବଂ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସୁଥିବା ସୁଚନା ପରେ ଜିଲ୍ଲାର ସମସ୍ତ ଛୋଟ ବଡ଼ ଡାକ୍ତରଖାନାକୁ ଯୁଦ୍ଧ କାଳୀନ ଭିତିରେ ଭିତ୍ତିଭୂମିର ରୂପରେଖରେ ପରିବର୍ତ୍ତନ କରାଯାଇଥିବା ବେଳେ ଖଜୁରୀ ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ବିଭିନ୍ନ ରଙ୍ଗ ବେରଙ୍ଗ ସହ ତାର ବାଡ଼ ଫୁଲ ବଗିଚା ଏବଂ ବିଭିନ୍ନ ଗଛମୁଳରେ ଚାନ୍ଦିନୀ ନିର୍ମାଣ କରାଯାଇଥିଲା।

କିନ୍ତୁ ମାତ୍ର ୮ ମାସ ଭିତରେ ଚାନ୍ଦିନୀ ସବୁ ଫାଟିପଡୁଥିବା ବେଳେ ଆଉଏକ ଚାନ୍ଦିନୀ କିଭଳି ଭାଙ୍ଗିରୁଜି ଗଲାଣି ତାହାହିଁ ଯନ୍ତ୍ରୀ ଓ ଠିକାଦାରଙ୍କୁ ନେଇ ସାଧାରଣରେ ଚର୍ଚ୍ଚା ଧରିଥିବା ବେଳେ ଏହାର ଏକ ତଦନ୍ତ କରାଗଲେ କାର୍ୟ୍ୟର ମାନ ଏବଂ ଦୁର୍ନୀତି ର ସତ୍ୟତା ପଦାକୁ ଆସି ପାରନ୍ତା ବୋଲି ମାନେ ଆଲୋଚନା ଚାଲିଛି।

Advertisement