Friday, September 18, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ନେତା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ

ବରିଷ୍ଠ ନେତା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ

522
Representational Image
ADVERTISEMENT

ସାନଖେମୁଣ୍ଡି,୧୩-୦୬(ସପନ ଦାଶ): ଘୁମୁସର ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଥିବାରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ମିଡିଆ ସେଲ ଟିମ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ତତ୍ ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି। ଏହି ଅଞ୍ଚଳରେ ଆଗାମୀ ଦିନରେ ବିଜେପିର ସ୍ଥିତ ଆହୁରି ସୁଦୃଢ ହେବ ବୋଲି ସମସ୍ତ ଆଶାବାଦୀ ଅଛନ୍ତି। ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଜଣେ ବରିଷ୍ଠ, ସଚ୍ଚୋଟ ଏବଂ ନିର୍ସ୍ୱାର୍ଥପର ବର୍ଷିୟାନ ବିଜେପି ନେତା ଭାବେ ଏହି ଅଞ୍ଚଳ ରେ ସୁପରିଚିତ। ତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ରେ ସ୍ଥାନ ମିଳିଥୂବାରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମନରେ ଏକ ନୂତନ ଆଶା ସଞ୍ଚାରିତ ହୋଇଛି।

Advertisement