Friday, September 18, 2026
ADVERTISEMENT
Home ଆଞ୍ଚଳିକ ବସ ସହ ଟ୍ରାକଟର ମୁହାଁମୁହିଁ ଧକା ଟ୍ରାକଟର ଡ୍ରାଇଭର ଆହାତ ଥିବା ବେଳେ ବସ ଡ୍ରାଇଭର...

ବସ ସହ ଟ୍ରାକଟର ମୁହାଁମୁହିଁ ଧକା ଟ୍ରାକଟର ଡ୍ରାଇଭର ଆହାତ ଥିବା ବେଳେ ବସ ଡ୍ରାଇଭର ଫେରାର

488
ADVERTISEMENT


ବ୍ରହ୍ମପୁର,୧୨-୦୬(ଇ.ରଞ୍ଜନ): ସଦର ଥାନା ଅଧିନସ୍ତ ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟରାସ୍ତା ମହୁରୀ କାଳୁଆ ନିକଟସ୍ଥ ବାଘଝରି ଗ୍ରାମ ମୁଖ୍ୟରାସ୍ତା ରେ ଯାତ୍ରୀବାହି ବସ ସହ ଇଟାବୋଝେଇ ଟ୍ରାକଟର ମୁହାଁମୁହିଁ ଧକା ହୋଇଥିବା ବେଳେ ଟ୍ରାକଟର ଡ୍ରାଇଭର ସମେତ ୩ ଦୃଘଟଣାରେ ଆହାତ ହୋଇଥିବା ଜଣାପଡିଛି |

ଘଟଣାରୁ ପ୍ରକାଶ ଯେ ଯାତ୍ରୀବାହି ବସଟି ର ନାମ ମା ଆଦିଶକ୍ତି ନମ୍ବର ଓଡ଼ି. ୦୨ଏସ ୮୩୯୬ ଇନ୍ଦ୍ରାବତୀ ରାୟଗଡା ବ୍ରହ୍ମପୁର ଅଭିମୁଖେ ରେ ଯାଉଥିବା ବେଳେ ବସରେ ପାଖାପାଖି ୪୦ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ ଦିଗପହଣ୍ଡି ବ୍ରହ୍ମପୁର ଆଡୁ ଟ୍ରାକଟର ନମ୍ବର ଓଡି.୦୭ଟି ୪୬୭୦ ଇଟାଭଝ ଧରି ଆସୁଥିବା ବେଳେ ମୁହାଁମୁହିଁ ଧକା ହୋଇଥିବା ଯୋଗୁଁ ଘଟଣାସ୍ଥଳ ରେ ଟ୍ରାକଟରର ଓଲଟି ପଡ଼ିଥିବା ଯୋଗୁଁ ଟ୍ରାକଟର ଡ୍ରାଇଭର ଆହାତ ହୋଇଥିବା ବେଳେ ବସର ଦୁଇ ଯାତ୍ରୀ ଆହାତ ହୋଇଥିଲେ |

ବସଟିର କାଚ ସମ୍ପୂର୍ଣ ଭଙ୍ଗାରୁଜା ଥିବା ବେଳେ ବସ ଡ୍ରାଇଭର ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ନିକଟବର୍ତ୍ତୀ ଅଞ୍ଚଳବସି ଆମ୍ବୁଲାନ୍ସ କୁ ଖବର ଦେବା ଯୋଗୁଁ ଆମ୍ବୁଲାନ୍ସ ଆସି ଆହାତ ବ୍ୟକ୍ତିଙ୍କୁ ମେଡିକାଲ କୁ ଧରିନେଇଥିଲା ବ୍ରହ୍ମପୁର ସଦର ପୋଲିସ ଘଟଣାର ତଦନ୍ତଚଳାଇ ଥିବା ଜଣାପଡିଛି |

Advertisement