କନ୍ଧମାଳ,୧୨-୦୬(ସୁରେଶ କୁମାର ପଣ୍ଡା): କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି ଆଜି ପୁଣି ଫିରିଙ୍ଗିଆ ଥାନାକୁ ଏକ ଗଞ୍ଜେଇ ବୋଝ ଅଟୋ ସହ ୪ ଜଣକୁ ଗିରଫ କରିଛି ପୋଲିସ ଏକ ଅଟୋରେ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଫିରିଙ୍ଗିଆ ପୋଲିସ ଖବର ପାଇ ମାଝିପାଡା ଛକରେ ଅଟୋକୁ ଜବତ କରିଥିଲେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ୪ ଜଣଙ୍କୁ ଜାବେଦ ଅଖତର(୩୦), ଡ୍ରାଇଭର ଗ୍ରାମ ପିପିଲି, ସୁସ୍ମିତା ସାହୁ ଜଟଣୀ ଜିଲ୍ଲା ଖୋର୍ଦ୍ଧା, ବୟସ ୩୦, ସମୀର କୁମାର ନନ୍ଦ ବୟସ (୪୨) ଗ୍ରାମ ନରସିଂହପୁର ଜିଲ୍ଲା କଟକ, ଜଖିଆ ଦିଗାଲ କରଣ୍ଡାଗଡ ଏମାନଙ୍କ ନାମରେ ମାମଲା ନମ୍ବର ୪୩/୨୦ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |

















