Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ବିଶେଷ ଆଲୋଚନା କାର୍ୟ୍ୟକ୍ରମ

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ବିଶେଷ ଆଲୋଚନା କାର୍ୟ୍ୟକ୍ରମ

338
ADVERTISEMENT

ବାଲେଶ୍ବର, ୧୨।୬(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ଠାରେ ୨୦୧୯ ମସିହାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମ୍ପାଦନାରେ ଗଢିଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ,ଖଇରା,ବାଲେଶ୍ବର ତରଫରୁ ହ୍ଵାଟ୍ସଆପ ଜରିଆରେ ଏକ ବିଶେଷ ଆଲୋଚନା ଚକ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହାର ପ୍ରଶ୍ନ ଥିଲା ସାହିତ୍ୟ ଆସରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସାହିତ୍ୟର ଆବଶ୍ୟକ କି ? ଏଥିରେ ମାଧବୀ ପଟେଲ, ବାସନ୍ତୀ ଲତା ଜେନା, ତେଜସ୍ବିନୀ ସାମଲ, ଦେବିପ୍ରିୟା ଦାସ, ହର୍ଷ ଚଣ୍ଡି, ଶିତିକଣ୍ଠ ବରାଳ, ସଙ୍ଗୀତ ନାୟକ, ଅଶ୍ବିନୀ କୁମାର ବାଗ, ଜ୍ୟୋତିରଞ୍ଜନ ମିଶ୍ର, ଅଶୋକ କୁମାର ପ୍ରଧାନ, ଅଜିତ୍ କୁମାର ତ୍ରିପାଠୀ, ମନୋରମା ମହାନ୍ତି, ତୃପ୍ତିରାଣୀ ପାତ୍ର ଓ ସରସ୍ବତୀ ପଣ୍ଡାଙ୍କ ସମେତ ମୋଟ ୩୪ଜଣ ସାହିତ୍ୟିକା ଓ ସାହିତ୍ୟିକ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ସେଥିମଧ୍ୟରୁ ମାଧବୀ ପଟେଲ, ଝାରସୁଗୁଡା ପ୍ରଥମ, ଶିତିକଣ୍ଠ ବରାଳ, ପୁରୀ ଦ୍ବିତୀୟ, ବିନୋଦିନୀ ଦାଶ, ଯାଜପୁର ତୃତୀୟ, ଶକୁନ୍ତଳା ମିଶ୍ର, ଖୋର୍ଦ୍ଧା ଚତୁର୍ଥ, ସଙ୍ଗୀତା ନାୟକ, ରାୟଗଡ଼ା ପଞ୍ଚମ ଓ ମାନସ ରଞ୍ଜନ ଯେନା ଷଷ୍ଠ ସ୍ଥାନ ଅଧିକାର କରି ସମ୍ମାନିତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମସ୍ତଙ୍କର ମତାମତକୁ ବିଚାରକୁ ନେଇ ଅନୁଷ୍ଠାନର ମେରୁଦଣ୍ଡ ତଥା ସମୀକ୍ଷକ ସୁ-ସାହିତ୍ୟିକ, ସୁ-ବକ୍ତା ନାରାୟଣ ସେନାପତିଙ୍କ ସମୀକ୍ଷା ପରେ ଅନୁଷ୍ଠାନ ଦ୍ବାରା ଫଳାଫଳ ଘୋଷଣା କରାଯାଇଥିଲା । ସମସ୍ତଙ୍କର ମତାମତ ପ୍ରାୟ ସୁଚିନ୍ତିତ ଥିଲା । ଯେଉଁମାନଙ୍କର ମତାମତ ସବୁଠାରୁ ଉନ୍ନତ ଧରଣର ଥିଲା ସେହିମାନଙ୍କୁ ସମ୍ମାନିତ କରିବା ପାଇଁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି । ଏଥିପାଇଁ କାହାରିଠାରୁ ଟଙ୍କା ଗ୍ରହଣ କରାଯିବ ନାହିଁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Advertisement