ବଲାଙ୍ଗୀର, ୧୨।୬(ସୁନୀଲ ତ୍ରିପାଠୀ):”ବନ୍ଦେ ଉତ୍କଳ ଜନନୀ… ସଂଗୀତ କୁ ଓଡିଶା ରାଜ୍ୟ ସରକାର ରାଜ୍ୟ ସଂଗୀତ ମାନ୍ୟତା ଦେବା ପରେ ଏବେ ନୂଆଁ ଆଦେଶ ଜାରୀକରି କହିଛନ୍ତି ଯେ ଏହି ସଂଗୀତ କୁ ସବୁ ସ୍କୁଲର ଛାତ୍ର ଛାତ୍ରୀ ଗାଇବା ପାଇଁ ବାଧ୍ୟ । ସ୍କୁଲ ଛୁଟି ହେବା ପୂର୍ବରୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏହି ସଂଗୀତ ଗାନ କରିବେ । ଏ ସମ୍ପର୍କରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ବୋଲି ଗଣମାଧ୍ୟମ ରୁ ସୂଚନା ମିଳୁଛି । ସଂଗୀତ ର ଅବଧି ୨ମିନିଟ ୧୧ ସେକେଣ୍ଡ ର ରହିବ , ଏହାକୁ କିପରି ଗାନ କରାଯିବ ସେ ସମ୍ପର୍କରେ ମଧ୍ୟ ସରକାରୀ ନିର୍ଦ୍ଦେଶ ଆସିଯାଇଛି । କିନ୍ତୁ ମୁଖ୍ୟ ବିଷୟ ହେଉଛି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଦେଇଥିବା ଚେତାବନୀ (ଗଣମାଧ୍ୟମ ରୁ ଯାହା ଜାଣିହେଉଛି ), ସେ କହିଛନ୍ତି ଯେ ଗୀତ ଗାଇଲାବେଳେ ଭୁଲହେଲେ ଦଣ୍ଡ ବିଧାନ ର ବ୍ୟବସ୍ଥା ହେବ । ଏଠାରେ ଦୁଃଖ ର ସହିତ ଚିନ୍ତା କରିବା କଥା ଯେ ସରକାର ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଦଣ୍ଡ ଦେବା ପାଇଁ କାହିଁକି ଯୋଜନା କରୁଛନ୍ତି , ସ୍କୁଲ ଦଣ୍ଡ ମୁକ୍ତ ଆଦେଶ ଥିବାବେଳେ ବର୍ତ୍ତମାନ ଦଣ୍ଡ ଦେବା କଥା ଉଠୁଛି କିପରି । ତାହା ପୁଣି ଗୀତ ଗାଇବା ରେ ଭୁଲ ଉଚ୍ଚାରଣ ଯୋଗୁଁ ।


















