ହିଞ୍ଜିଳିକାଟୁ, ୧୨।୬(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କଥାକୁ କେନ୍ଦ୍ର କରି ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା କିଛି ପ୍ରବାସୀ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ସରପଞ୍ଚଙ୍କ ସମେତ ୨ ସହଯୋଗୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୩ ଗୁରୁତର ଆହତ ହୋଇ ସ୍ଥାନୀୟ ଉପଖଣ୍ଡ ଚିକିିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆହତ ମାନେ ହେଲେ ସଂରପଚ ରଘୁନାଥ ବେହେରା, ତାଙ୍କରି ପୁତ୍ର ରଞ୍ଜନ ବେହେରା ଓ ସହଯୋଗୀ ସଂପୃକ୍ତ ଗ୍ରାମର ପ୍ରକାଶ ବେହେରା ।
ପ୍ରକାଶ ଯେ, ଖରିଡ଼ା ଗ୍ରାମର ଗ୍ରାମର ପୋଖରୀ ଖନନ କାର୍ଯ୍ୟ ଚାଲିଥିବା ବେଳେ ସରପଞ୍ଚ, ତାଙ୍କ ପୁଅ ଓ ସହଯୋଗୀ ଘଟଣ। ସ୍ଥଳରେ କାର୍ଯ୍ୟର ତଦାରଖ କରୁଥିଲେ । ଉକ୍ତ ସମୟରେ ଗତ ୪ ଦିନ ପୂର୍ବେ ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ୩ ପ୍ରବାସୀଙ୍କ ସମେତ ସ୍ଥାନୀୟ ଗ୍ରାମର ଜଣେ ଯୁବକ ସଂପୃକ୍ତ କାର୍ଯ୍ୟ ସ୍ଥଳରେ ପହଞ୍ଚିି କୌଣସି କଥାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ୪ ଯୁବକ ଅପର ଗୋଷ୍ଠୀର ୩ ଜଣଙ୍କୁ ଉତ୍ୟକ୍ତ ହୋଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ପରବର୍ତ୍ତି ସମୟରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣ। ସ୍ଥଳରେ ପହଞ୍ଚିବା ବେଳକୁ ୪ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ଆହତ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ସୁତ୍ରରୁ ପ୍ରକାଶ ।

















