Saturday, October 10, 2026
ADVERTISEMENT
Home ଆଞ୍ଚଳିକ ସମ୍ପୂର୍ଣ୍ଣ ମାସ୍କ ଗ୍ରାମ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ

ସମ୍ପୂର୍ଣ୍ଣ ମାସ୍କ ଗ୍ରାମ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ

255
ADVERTISEMENT

ପାରଳାଖେମୁଣ୍ଡି,୧୧/୬(ପ୍ରଭାତ କୁମାର ପାତ୍ର): କରୋନାରୁ ଦୁରେଇ ରଖିବାକୁ ହେଲେ ମାସ୍କ ପିନ୍ଧିବା ଜରୁରି ହୋଇଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ଜିଲ୍ଲାର ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଏକ ଯୋଜନା ଆରମ୍ଭ କରିଛନ୍ତି ଯାହାର ନା’ ସମ୍ପୂର୍ଣ୍ଣ ମାସ୍କ ଗ୍ରାମ ଅଭିଯାନ। ଏହା ଜିଲ୍ଲାପାଳଙ୍କ ନେତୃତ୍ୱରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସହଯୋଗରେ ଗତ କିଛି ଦିନ ହେଲା ଆରମ୍ଭ ହୋଇଛି। ଏହି ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୂଳ ସ୍ତରରେ ସ୍ୱୟଂ ସାହାୟିକା ଗୋଷ୍ଠୀ ମାଁ’ କାମ କରୁଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଯୋଜନାର ଲକ୍ଷ ଗଜପତି ଜିଲ୍ଲାର ପ୍ରତେକ ଜିଲ୍ଲାବାସୀଙ୍କ ପାଖରେ ଦୁଇଗୋଟି ମାସ୍କ ରହିବା ସହ ପ୍ରତ୍ୟେକ ଏହାକୁ କିପରି ବ୍ୟବହାର କରିବେ ଏଥିପାଇଁ ଆବଶ୍ୟକ ହେଉଥିବା ୧୨ ଲକ୍ଷରୁ ଉର୍ଦ୍ଧ୍ଵ ମାସ୍କ ତିଆରି କରିବା ପାଇଁ ୧୧୦ ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ଦାଇତ୍ଵ ଦିଆଯାଇଥିବା ବେଳେ ଏହାକୁ ବାଣ୍ଟିବା ଏବଂ ବ୍ୟବହାର ନିମନ୍ତେ ୨୩୦୦ରୁ ଉର୍ଦ୍ଧ୍ଵ ଅଙ୍ଗନବାଡି କର୍ମୀ , ପଞ୍ଚାୟତିରାଜ ବିଭାଗ କର୍ମକର୍ତା ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମାଁ’ ମାନଙ୍କୁ ଦିଆଯାଇଛି। ଜିଲ୍ଲାରେ ଥିବା ୧୫୩୪ ଗ୍ରାମକୁ କିପରି ସମ୍ପୂର୍ଣ୍ଣ ମାସ୍କ ଗ୍ରାମରେ ଘୋଷଣା ହେବ ସେଥିପାଇଁ ସମସ୍ତେ କାର୍ଯ୍ୟରତ। ବର୍ତ୍ତମାନ ସୁଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ୩ ଲକ୍ଷରୁ ଉର୍ଦ୍ଧ୍ଵ ମାସ୍କ ତିଆରି କରିସାରି ଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ଵ ମାସ୍କ ବିକ୍ରି କରିସାରିଛନ୍ତି। ଅନ୍ୟ ପଟେ ୪୬୫ ଟି ଗ୍ରାମ ସମ୍ପୂର୍ଣ୍ଣ ମାସ୍କ ଗ୍ରାମରେ ସାମିଲ ହୋଇଥିବା ବେଳେ ଅନ୍ୟ ଗ୍ରାମ ଗୁଡିକରେ ଏହାର ଚାହିଦା ଓ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ଅହରହ କାର୍ଯ୍ୟ କରୁଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଏଥିରେ କାର୍ଯ୍ୟ କରିବା ପାଇଁ ରୁଣ ଏବଂ ଯନ୍ତ୍ରପାତି ଓଡିଶା ଜୀବିକା ମିଶନ ଯୋଗାଇଥିବା ବେଳେ ଏହାର ବିକ୍ରି ପାଇଁ ମିଶନ୍ ଶକ୍ତିର କର୍ମକର୍ତ୍ତା କାର୍ଯ୍ୟ କରୁଛନ୍ତି। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟ ପରିଦର୍ଶନରେ ଯାଇ ପ୍ରଥମେ ବଡପଦା ଗ୍ରାମରେ ମଦର ଟେରେସା ସ୍ୱୟଂ ହତ୍ୟାକାଣ୍ଡ ଗୋଷ୍ଠୀ ର ସଭ୍ୟାମାନେ ତିଆରି କରୁଥିବା ମାସ୍କ ଉପାଦନ କେନ୍ଦ୍ରରେ ପହଞ୍ଚି ଦଳର ସଭ୍ୟମାନଙ୍କ ସହ ଆଲୋଚନା କରିବା ସହ ଆଗକୁ କିପରି ସରକାରୀ ସହଯୋଗ ପାଇବାପାଇଁ ପ୍ରତିଶୃତୀ ଦେଇଥିଲେ। ତା ପରେ ନୂଆଗଡ ବ୍ଲକର ଲୁହାଙ୍ଗର ପଞ୍ଚାୟତର ଲୁହାଙ୍ଗର ଗ୍ରାମ ବୋଲି ଗ୍ରାମର ସମସ୍ତ ସଦସ୍ୟ ମାନେ ମାସ୍କ ପରିଧାନ କରିଥବା ଏବଂ ଏହାର ବ୍ୟବହାର ଉପରେ ଜାଣିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଥିବା ମିଶନ୍ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରଦର୍ଶନୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମୀରଞନ ସେଠି ଉପସ୍ଥିତ ଥିଲେ।

Advertisement