Friday, September 18, 2026
ADVERTISEMENT
Home କନ୍ଧମାଳ ଅଧାବାଟରେ ଗାଡ଼ି ଖରାପ ଅଛି କହି ଛାଡ଼ି ପଳେଇଲା ପ୍ରବାସୀ ଓଡ଼ିଆଙ୍କୁ

ଅଧାବାଟରେ ଗାଡ଼ି ଖରାପ ଅଛି କହି ଛାଡ଼ି ପଳେଇଲା ପ୍ରବାସୀ ଓଡ଼ିଆଙ୍କୁ

572
ADVERTISEMENT

କନ୍ଧମାଳ,୧୦-୦୬ (ସୁରେଶ କୁମାର ପଣ୍ଡା): ପଞ୍ଜାବ ରେ କାମ କରୁଥିବା ୨୦ ଜଣ ଶ୍ରମିକଙ୍କୁ ଗୋଟିଏ ଘରୋଇ ବସ୍ ଆଜି ଦିନ ୧୨.୦୦ ଘଣ୍ଟା ସମୟରେ କଳିଙ୍ଗା ଓ ଘୁ.ଉଦୟଗିରି ମଧ୍ୟରେ ଥିବା ରାଇପଦା ପାଖରେ ଛାଡି ଚାଲିଯାଇଥିଲା। ଏହି ବସ୍ ଟି ଶ୍ରମିକ ମାନଙ୍କୁ ପଞ୍ଜାବରୁ କାଶିପୁରରେ ଛାଡ଼ିବା ନିମନ୍ତେ ଆସୁଥିଲା। କିନ୍ତୁ ଗାଡି ଖରାପ୍ ଅଛି କହି ପ୍ରବାସୀ ଓଡ଼ିଆ ମାନଙ୍କୁ ରାଇପଦା ଠାରେ ଓହ୍ଲାଇ ଦେଇ ଚାଲିଯାଇଥିଲା। ଖବର ପାଇ ଘୁ.ଉଦୟଗିରି ବ୍ଲକ୍ ର ବି ଡି ଓ ଶ୍ରୀ ଶାନ୍ତନୁ କୁମାର ନାୟକ ସେଠାରେ ପହଞ୍ଚିଥିଲେ । ପ୍ରବାସୀ ଓଡ଼ିଆ ମାନଙ୍କୁ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ଯୋଗାଇଦେବା ସହ ଗୋଟିଏ ବସ୍ ମାଧ୍ୟମରେ ସେମାନଙ୍କୁ ତାଙ୍କ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରିଥିଲେ ଏଥିରେ ବ୍ଲକ୍ ଜେ.ଇ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ସହଯୋଗ କରିଥିଲେ।

Advertisement