Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଝଡ଼ ତୋଫାନରେ ଗଛପଡି ଭାଙ୍ଗିଲା ଘର

ଝଡ଼ ତୋଫାନରେ ଗଛପଡି ଭାଙ୍ଗିଲା ଘର

290
ADVERTISEMENT


କନ୍ଧମାଳ, ୧୦।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ ବାଲିଗୁଡାରେ ପ୍ରବଳ ବର୍ଷା ପ୍ରଭାବ ଗଛପଡି ଭାଙ୍ଗିଲା ଘର ଆଜି ଅପରାହ୍ନରେ ବାଲିଗୁଡା ଏନ ଏ ସିର ୬ ନମ୍ବର ୱାଡ଼ ନୁଆସାହିର ସନାତନ ଦଳପତିଙ୍କ ଘର ଉପରେ ଗଛ ପଡିବାରୁ ଘର ସମ୍ପୂର୍ଣ ଭାଙ୍ଗି ଯାଇଛି l ଘରର ଆସବାବ ପତ୍ର ନଷ୍ଟ ହୋଇଛି l ଅଳ୍ପକେ ବିପଦରୁ ବର୍ତ୍ତିଯାଇଛନ୍ତି ପରିବାର ବର୍ଗ l ପରିବାର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାର ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି l

Advertisement