Wednesday, September 30, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ଗୁମାମାହା ପଞ୍ଚାୟତରେ ଅସହାୟ ଚାଷୀଙ୍କୁ ସହାୟତା

କନ୍ଧମାଳ ଜିଲ୍ଲା ଗୁମାମାହା ପଞ୍ଚାୟତରେ ଅସହାୟ ଚାଷୀଙ୍କୁ ସହାୟତା

322
ADVERTISEMENT

କନ୍ଧମାଳ, ୧୦।୬( ସୁରେଶ କୁମାର ପଣ୍ଡା): ରାଇକିଆ -କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ ରହୁଥିବା ଗରିବ ଚାଷୀ ଖାଦ୍ୟ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥିବା ବେଳେ ଯଥେଷ୍ଟ ହେଉନାହିଁ। ତେଣୁ ଆନ୍ତର୍ଜାତିୟ ଅନୁଷ୍ଠାନ ଗୁଞ୍ଜ ଏବଂ ୱ।ଡ ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଗୁମାମାହା ପଞ୍ଚାୟତ ର ତିନିଟି ୱ।ଡର ପ୍ରାୟ ୫୨ ଜଣକୁ ଚାଉଳ, ଡାଲି, ସାବୁନ, ସର୍ଫ, ମାସ୍କ, ଲୁଣ, ଖାଇବା ତେଲ, ମସଲାଗୁଣ୍ଡ, ସୋୟାବିନ ଇତ୍ୟାଦି ଯୋଗାଇ ଦିଆଯାଉଛି। କରୋନାରୁ ରକ୍ଷା ପାଇଁ ପ୍ରତିଷେଧକ ବିଷୟରେ ସୂଚନା ଦେଇ ହାତ ସଫାକରିବା ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରି ଲକଡାଉନ ମାନିବା ଇତ୍ୟାଦି ଉପରେ ସଚେତନ କରାଉଛନ୍ତି। ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଚାଷୀଙ୍କୁ ତେର ପ୍ରକାରର ମଞ୍ଜି ଏବଂ ବିହନ ବଣ୍ଟନ କରାଯାଇଥିଲା ଏବଂ ଚାଷୀ ମାନେ ଗୁମାମାହା ସରପଞ୍ଚ ବିଷ୍କେସନ ପ୍ରଧାନ ଗୁଞ୍ଜ ଏବଂ ୱ।ଡ ସଂସ୍ଥା ର ଆଶୁତୋଷ ସାହୁ ଏବଂ ଦେବାଶିଷ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Advertisement