ଖଜୁରୀପଡ଼ା, ୧୦।୬(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ତହସିଲ ଅନ୍ତର୍ଗତ ଟିଟ୍ରାପଙ୍ଗା ଭୁକ୍ତାକନାଲି ଅଂଚଳରୁ ବେଆଇନ ପଥର ଖାଦାନ ବନ୍ଦ କଲେ ତହସିଲଦାର । ପଥର ଚାଲାଣ ହେଉଥିବା ବେଳେ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ରାଜସ୍ବ ନିରିକ୍ଷକ ରାଜେନ୍ଦ୍ର କୁମାର ଷଡ଼ଙ୍ଗୀ ପୁରନାଥ ମଲିକ ଓ ତହସିଲ କାର୍ଯ୍ୟାଳୟ ସୁପରଭାଇଜର ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ପଥର ଖାଦାନରେ ପହଞ୍ଚି ଏକ ପଥର ବୋଝେଇ ଗାଡ଼ିକୁ ଜବତ କରି ତାଙ୍କ ଠାରୁ ୫ ହଜାର ୫ ଶହ ଫାଇନ ଆଦାୟ କରିଛନ୍ତି । ପରେ ସମସ୍ତ ବେଆଇନ ପଥର ଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।














