Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

308
ADVERTISEMENT


ବ୍ରହ୍ମପୁର, ୧୦।୬ (ସୁଦାମ ମହାରଣା): କରୋନା ସକ୍ରମଣକୁ ପ୍ରତିହତ କରିବାକୁ ଅହରହ ଉଦ୍ୟମ ଜାରି ରଖିଥିବା ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ପୁରୁଷୋତ୍ତମପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି ।ସଙ୍ଗ ସଭାପତି ରଘୁନାଥ ସାହୁ ଓ ସମ୍ପାଦକ ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ ଉପସ୍ଥିତ ରହି ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ସିମାଞ୍ଚଳ ମହାନ୍ତି, ଡାକ୍ତର ହୃଷିକେଶ ମହନ୍ତ, ବିଇଓ ହରେକୃଷ୍ଣ ପଣ୍ଡା, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏନଏଏସି ନିର୍ବାହୀ ଅଧିକାରୀ ଏ ନାଗେଶ୍ବର ରାଓ, ସିଡିପିଓ ସବିତା ଚ୍ୟାଉପଟନାୟକ ,ଫାୟାର ଅଫିସରଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ । ଏହି କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଅବସର ପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ।

Advertisement