Saturday, October 10, 2026
ADVERTISEMENT
Home ଆଞ୍ଚଳିକ ପ୍ରବାସୀ ଓଡ଼ିଆଙ୍କୁ ମିଳୁଥିବା ଖାଦ୍ୟ ଫିଙ୍ଗାଡିବାକୁ ବାଧ୍ୟ ହେଉଛନ୍ତି !

ପ୍ରବାସୀ ଓଡ଼ିଆଙ୍କୁ ମିଳୁଥିବା ଖାଦ୍ୟ ଫିଙ୍ଗାଡିବାକୁ ବାଧ୍ୟ ହେଉଛନ୍ତି !

295
ADVERTISEMENT

ମୋହନା,୯/୬,(ପ୍ରଭାତ କୁମାର ପାତ୍ର/ମୋହନ) : ଗଜପତି ଜିଲ୍ଲା ମୋହନା ବ୍ଲକରେ ପ୍ରଶାସନର ଅବହେଳା ପାଇଁ ପ୍ରବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ବାରମ୍ବାର ପଦାକୁ ଆସିଛି। କୋଉଠି ପାଣିର ଅସୁବିଧା କୋଉଠି ଖାଦ୍ୟର ଅସୁବିଧା ତାହା ପ୍ରଶାସନର ଅପାରଗତା କହିବା କୌଣସି ପ୍ରକାର ଭୂଲ ହବନି। ଆଜି ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ କମଳାପୂର୍ ନାକା ପଏଣ୍ଟ ସ୍ଥିତ ଏକ ବ୍ରୀଜ୍ ତଳେ ଖାଦ୍ୟ ପଡ଼ି ରହିଥିବା। ହେଲେ ପ୍ରବାସୀ ମାନଙ୍କୁ ଖାଇବା ପାଇଁ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଥିବା ବେଳେ ଏଠି ବ୍ରିଜ୍ ତଳେ ପ୍ରାୟ ୫୦୦ ପକେଟ୍ ରୁ ଉର୍ଦ୍ଧ ଭାତ, ଡାଲି ଓ ତରକାରି ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସାଧାରଣ ଲୋକେ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Advertisement