Friday, September 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଇ ସହ ଟ୍ରାକ୍ଟର ଜବତ ମାଲିକ ଗିରଫ

ଗଞ୍ଜେଇ ସହ ଟ୍ରାକ୍ଟର ଜବତ ମାଲିକ ଗିରଫ

622
ADVERTISEMENT

କନ୍ଧମାଳ,୦୯-୦୬(ଟିକି ଦଣ୍ଡିଆ): ବାଲିଗୁଡ଼ା ଥାନା ପୋଲିସ ରାତିରେ ପେଟ୍ରୋଲିଙ୍ଗ ସମୟରେ ନାକା ପୋଷ୍ଟ ରାସ୍ତା ରେ ଯାଉଥିବା ବେଳେ ପୋଲିସ ଗାଡ଼ି ଦେଖି ଏକ ଟ୍ରାକ୍ଟରରେ ପାଲ ଘୋଡ଼ାଇ ଓଡି ୧୨ ୩୪୩୪ ହଠାତ୍ ଅଟକିଯାଇଥିଲା । ବାଲିଗୁଡ଼ା ଥାନାଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା ସନ୍ଦେହ ରେ ଗାଡି ଯାଞ୍ଚ ପରେ ସେଥିରୁ ୩କୁଇଣ୍ଟାଲ ୮୩ କିଲୋ ଗଂଜେଇ ମିଳିଥିଲା।ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ ହେବ ବାଲିଗୁଡ଼ା ଥାନା ମହାସିଙ୍ଗ ଗ୍ରାମର ସଞ୍ଜିବ ଖଟୁଆ ଗାଡ଼ି ମାଲିକ ମହାସିଙ୍ଗ ପୁରୁଣା ସାହିରୁ ବଗାଡ଼ି ଗ୍ରାମକୁ ଆଣୁଥିଲେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଏକ ମାମଲା ନମ୍ବର ୧୧୧ /୨୦ ରୁଜୁ କରି କୋର୍ଟ ଚାଲାଣ କରିଥିବା ସହ ଗଞ୍ଜେଇ କୋଠିକୁ ଚାଲାଣ ହେଉଥିଲା ସେ ଉପରେ ଅନୁସନ୍ଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ପ୍ରବେଶନାଲ ଡ଼ି ଏସପି ମନୋଜ କୁମାର ପୂଜାରୀ

Advertisement