Friday, November 6, 2026
ADVERTISEMENT
Home ଗଞ୍ଜାମ ବିନା ନାମଫଳକରେ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ ଚର୍ଚ୍ଚାରେ ବ୍ଲକ ଅଧକ୍ଷଙ୍କ, କଙ୍କିଆ ପଞ୍ଚାୟତ

ବିନା ନାମଫଳକରେ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ ଚର୍ଚ୍ଚାରେ ବ୍ଲକ ଅଧକ୍ଷଙ୍କ, କଙ୍କିଆ ପଞ୍ଚାୟତ

322
ADVERTISEMENT

କୁକୁଡ଼ାଖଣ୍ଡି,୦୯-୦୬(ଇ ରଞ୍ଜନ): ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁକୁଡ଼ାଖଣ୍ଡି ବ୍ଲକ ରେ ହେଉଛି ମହାଦୁର୍ନୀତି I ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ହୋଇଥିବା ଏନଆରଇଜିଏସ କାମରେ ଲୋକଙ୍କ ବଦଳରେ ଜେସିବି ଦ୍ୱାରା କାମ ହେଉଛି ତ ଆଉ କୋଉଠି କାମ ହେଉଛି ସିନା ଆଉ ବିନା ନାମ ଫଳକରେ କାମ ଚାଲୁଛି I ଏହିଭଳି ଅଭିଯୋଗ ଆସିଛି ଖୋଦ କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷଙ୍କ କଙ୍କିଆ ପଞ୍ଚାୟତରୁ I ଏହି ପଞ୍ଚାୟତର ପୁରୁଣାପାଟଣା ଗ୍ରାମ ରେ ଚାଲିଥିବା ଏକ ବନ୍ଧ ଏନଆରଏଇଜିଏସ ରେ କାର୍ଯ୍ୟ ଚାଲୁଥିବା ବେଳେ କିଛି ସୂଚନା ଫଳକ ଲାଗିନାହିଁ I କେତେ ଟଙ୍କା ବେୟ ବରାଦ ହୋଇଚି କେତେଜଣ କୁଶଳୀ କିମ୍ବା ଅଣକୁଶଳୀ ଶ୍ରମିକ କାମ କରିବା ନିମନ୍ତେ ନିୟମ ରହିଚି କୌଣସି ସୂଚନା ନାହିଁ I କାଙ୍କିଆ ପଞ୍ଚାୟତରେ ସବୁ ଉନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି I କୌଣସି ସରକାରୀ କର୍ମଚାରୀ ମଧ୍ୟ କାଙ୍କିଆ ପଞ୍ଚାୟତ ରେ ହେଉଥିବା ଦୁର୍ନୀତି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଚି I ପାଞ୍ଚ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପୁରୁଣାପାଟଣା ସ୍ମଶାନ ରାସ୍ତା କିନ୍ତୁ ଉକ୍ତ ରାସ୍ତାରେ ସାଇକେଲ ଖଣ୍ଡିଏ ତ ଦୂରର କଥା ପାଦରେ ଚାଲିଲେ ମଧ୍ୟ ଦୁଇ ପହଣ୍ଡରେ ଗୋଟିଏ କଣ୍ଟା ଗୋଡ଼ରେ ପଶିବ I ଅନ୍ୟପକ୍ଷରେ ଉକ୍ତ ଗ୍ରାମରେ ହିଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାଲିଚି ପୋଖରୀ ନିର୍ମାଣ କାମ କିନ୍ତୁ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ବିନା ନାମ ଫଳକ ରେ ଦୀର୍ଘ ଦିନହେବ କାର୍ଯ୍ୟ ଚାଲିଛି କିନ୍ତୁ ଜନସାଧାରଣଙ୍କୁ ଅନ୍ଧାରରେ ରଖି କୌଣସି ପ୍ରକାର ସୂଚନା ଅର୍ଥାତ କେତେ ଟଙ୍କା ବ୍ୟୟ ବରାଦ ହୋଇଛି କେତେ ଶ୍ରମିକ କାମ କରିବା ପାଇଁ ନିୟମ ଅଛି କୌଣସି ତଥ୍ୟ ଦିଆଯାଉନାହିଁ I ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବାରୁ ଉକ୍ତ ପଞ୍ଚାୟତରେ ମହାଦୁର୍ନୀତି ହୋଇଥିବା ଖୋଦ ଶାସକ ଦଳିଆ କର୍ମୀ ମାନେ ଅଭିଯୋଗ କରୁଚନ୍ତି I କିନ୍ତୁ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ହାତବାରିସୀ କରି ଖୁଲମ ଖୁଲା ଦୁର୍ନୀତି ହେଉଥିବା ଅଭିଯୋଗ ହେଉଚି I କେତେ ଅଭିଯୋଗ ଆସିଲେ ମଧ୍ୟ ସରକାରୀ କର୍ମଚାରୀ ହାତ ମାରିବାକୁ ସାହସ କରୁନାହାନ୍ତି Iସବୁ ଦୁର୍ନୀତି କୁ ଖୋଦ ବ୍ଲକ ଅଧକ୍ଷ ଘଣ୍ଟ ଘୋଡାଇ ରଖୁଛନ୍ତି।ଏହାର ଉଚ ସ୍ତରିୟ ତଦନ୍ତ କରିବାକୁ ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି।

Advertisement