Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଗ୍ରାମବାସୀ ତିଆରି କଲେ କାଠ ପୋଲ

ଗ୍ରାମବାସୀ ତିଆରି କଲେ କାଠ ପୋଲ

249
ADVERTISEMENT


ବାଲିଗୁଡା,୫।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ପରେ ନ ଶୁଣିବାରୁ ଗ୍ରାମବାସୀ ନିଜେ ତିଆରି କଲେ ଏକ କାଠ ପୋଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ଲେତିଙ୍ଗିଆ ଗ୍ରାମପଞ୍ଚାୟତ ୩ ନମ୍ବର ୱାର୍ଡ ଡ଼େପପାଡା ଗ୍ରାମରେ । ସଞ୍ଜୁଗଡା ନାଳ ସେପଟେ ଡ଼େପାପାଡା ଗ୍ରାମର ଲୋକ, କାଞ୍ଜାମେଣ୍ଡି ପଞ୍ଚାୟତର କୁଟିକିଆ ଗ୍ରାମ, ଡପାର ଗାଁ ଲୋକ ରହିଥାନ୍ତି । ଏମାନଙ୍କୁ ଏହି ନାଳ ଦେଇ ଯିବା ଆସିବା କରିଥାନ୍ତି । ବର୍ଷା ଦିନ ଆସିଲେ ସ୍କୁଲ, କଲେଜ, ଅଙ୍ଗନୱାଡ଼ି, ବଜାର ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କଲା ପରେ ମଧ୍ୟ କାମ ନ ହେବାରୁ ଗ୍ରାମବାସି ଅଣ୍ଟା ଭିଡ଼ି ତିଆରି କଲେ । କାଠ ପୋଲ କାମ ନେଇ ସରପଞ୍ଚ ଅଞ୍ଜୁତା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଲକଡାଉନ ଯୋଗୁଁ କୌଣସି ବୈଠକ ହୋଇନାହିଁ । ବୈଠକ ହେଲେ ଏହି ପୋଲ ନିର୍ମାଣ ପାଇଁ ଅନୁମୋଦନ କରାଯିବ ।

Advertisement